ନୀଳଗିରି-୨୭/୦୬ : ନୀଳଗିରି ଅଂଚଳରେ ଦିନକୁ ଦିନ ଠକେଇ ·ଲିଥିବା ବେଳେ ଏବେ ବ୍ୟାଙ୍କରେ ମଧ୍ୟ ଅଭିନବ ଉପାୟରେ ଠକେଇ ହୋଇଥିବା ଅଭିଯୋଗ ମିଳିଛି । ପର ଘର କାମ କରି ଉପାର୍ଜନ ଅର୍ଥକୁ ଝିଅ ବାହାଘର ପାଇଁ ଏସ.ବି.ଆଇ.ର କିଓସ୍କ ଶାଖାରେ ରଖିଥିବା ବେଳେ ତାଙ୍କ ଆକାଉଂଟରେ ସମସ୍ତ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି । ଏପରି ଅଭିନବ ଠକେଇ ନୀଳଗିରି ଥାନା ଅଧିନସ୍ଥ ଦୁର୍ଗାପୁର ଗ୍ରାମର ଜୟନ୍ତୀ ସାହୁଙ୍କର ହୋଇଛି । ପର ଘରେ କାମ କରି ଝିଅର ବାହାଘର ପାଇଁ ୧୬.୧୨.୨୦୧୯ରିଖରେ କାଂଶ ସ୍ଥିତ କିଓସ୍କ ଶାଖାରେ ·ଳିଶ ହଜାର ଜମା କରିଥିବା ବେଳେ ୩.୬.୨୦ରେ ଉକ୍ତ ଶାଖାରେ ୬୦ହଜାର ଟଙ୍କା ଜମା କରିଥିଲେ । ଉକ୍ତ ୨ଟି ପର୍ଯ୍ୟାୟର ଜମା ଟଙ୍କାକୁ ଜୟନ୍ତୀ ସାହୁ ଫିକ୍ସ ଡିପୋଜିଟ୍ କରିଥିବା ବେଳେ ବର୍ଷେ ପରେ ଟଙ୍କା ଉଠାଣ ପାଇଁ ଯାଇଥିବା ବେଳେ ଆକାଉଂଟରେ ଟଙ୍କା ନ ଥିବାର ଦେଖିବାକୁ ପାଇଥିଲେ । ପରେ ଜୟନ୍ତୀ ସାହୁ କାଂଶ ଷ୍ଟେଟ ବ୍ୟାଙ୍କକୁ ଘଟଣା ବାବଦରେ ଶାଖା ପରି·ଳକଙ୍କୁ ଅବଗତ କରାଇଲା ପରେ ଶାଖା ପରି·ଳକ ରୋକଠୋକ ଏଠାକୁ ନ ଆସି କିଓସ୍କ ଶାଖାକୁ ଯାଆନ୍ତୁ ବୋଲି କହିଥିଲେ ବୋଲି ଜୟନ୍ତି ସାହୁ ପ୍ରକାଶ କରିଛନ୍ତି । ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ହେରଫେର ହେବା ପରେ ମୁଣ୍ଡ କାମ କରୁନଥିବା ବେଳେ ବ୍ୟାଙ୍କର ଅନତିଦୂରରେ ଥିବା କିଓସ୍କ ମାଲିକଙ୍କୁ ଅନେକବାର ଗୁହାରି କରୁଥିବା ବେଳେ କିଓସ୍କ ମାଲିକ ଧରାଛୁଅାଁ ଦେଉ ନ ଥିବାର ଅଭିଯୋଗ ହୋଇଛି । ଷ୍ଟେଟ୍ବ୍ୟାଙ୍କ ଅଧିନରେ ଥିବା କିଓସ୍କ ଶାଖାରେ ଯଦି ଏଭଳି ଠକେଇ ଘଟଣା ଘଟେ, ତେବେ ଷ୍ଟେଟ ବ୍ୟାଙ୍କ ଉପରେ ଲୋକଙ୍କ ଭରସା କେତେ ଦୂର ରହିବ ତାହା ଏହି ଘଟଣାରୁ ଦେଖିବାକୁ ମିଳିଛି । ଏ ନେଇ ଜୟନ୍ତୀ ସାହୁ ଆଇନର ଆଶ୍ରୟ ନେବେ ବୋଲି ସୂଚନା ଦେଇଛନ୍ତି