Odisha news

ଗାଁ ରେ ଝାଡ଼ଖଣ୍ଡୀ ଦନ୍ତା, ମଜା ମନାଉଛନ୍ତି ଗ୍ରାମବାସୀ

0

ନୀଳଗିରି-୨୭/୦୬ : – ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଏକ ଝାଡ଼ଖଣ୍ଡୀ ଦନ୍ତା ନୀଳଗିରି କୁଲଡିହା ଅଭୟାରଣ୍ୟକୁ ପଶି ଆସିଥିବା ବେଳେ ଝାଡ଼ଖଣ୍ଡୀ ଫେରିବାର ନାଁ ଧରୁ ନ ଥିବା ବେଳେ ଅଭୟାରଣ୍ୟର ପାଦଦେଶରେ ଥିବା ଗ୍ରାମଗୁଡ଼ିକୁ ପ୍ରବେଶ କରି ଉତ୍ପାତ ଚଳାଉଥିବା ବେଳେ ଭୟରେ ଜୀବନ ବିତାଉଛନ୍ତି ବନାଂଚଳ ବାସୀ । ଏବେ ଉକ୍ତ ଝାଡ଼ଖଣ୍ଡ ଦନ୍ତାଟି ଦିନ ଦ୍ୱିପ୍ରହରରେ ରେମୁଣା ବଜାରରେ ଖୋଲମଖୁଲା ବୁଲୁଥିବା ରୁ ଏହାର ମଜା ନେଉଛନ୍ତି ଦେଖଣାହାରି । ପରେ ଉକ୍ତ ଦନ୍ତାଟି ଯେତେବେଳେ ମିତ୍ରପୁର ଅଯୋଧ୍ୟା ଗାଁ ଦାଣ୍ଡରେ ଚାଲୁଥାଏ, ଶତାଧିକ ଦେଖଣାହାରୀ ପୋଷା ହାତୀ ଭଳି ଝାଡ଼ଖଣ୍ଡୀ ଦନ୍ତା ସହିତ ଖେଳ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କେହି କେହି ପଣସ, କଦଳୀ କାନ୍ଧି ମାନ ଦନ୍ତାଟିକୁ ଦେଉଥିବା ବେଳେ ଦେଖଣାହାରୀମାନେ ଦନ୍ତା ହାତୀର ଅନତୀ ଦୂରରେ ରହି ଖେଳ ଖେଳୁଥିବାର ଦେଖିବାକୁ ମିଳିଛି । ବନବିଭାଗ ମଧ୍ୟ ଦନ୍ତାର ଗତିବିଧି ଉପରେ ତୀକ୍ଷଣ ଦୃଷ୍ଟି ରଖିଥିବା ବେଳେ ଦନ୍ତାଟି କାହାରି କ୍ଷତି କରି ନ ଥିବା ଆଜି ଦନ୍ତା ମଣିଷ ଖେଳ ଦେଖିବାକୁ ମିଳିଛି । ଦନ୍ତାହାତିଟି ଏବେ ତିନିକୋଶିଆ ଜଙ୍ଗଲ ମୁହାଁ ହୋଇଥିବା ଦେଖିବାକୁ ମିଳିଛି

Leave A Reply