Odisha news

ୟୁରିନାରୀ ଟ୍ରlକ୍ସ ଇନଫେକ୍ସନ ସମୟରେ ଏହିସବୁ କଥାକୁ ନିହାତି ଧ୍ୟାନ ଦିଅନ୍ତୁ, ନଚେତ ହୋଇପାରେ ବଡ଼ ସମସ୍ୟା

0

ଆଜିକାଲି ମହିଳା ମାନଙ୍କ ର ୟୁଟିଆଇ ଅର୍ଥାତ ୟୁରିନାରୀ ଟ୍ରାକସ ଇନଫେକ୍ସନ ଗୋଟିଏ ସାଧାରଣ ସମସ୍ୟା ହୋଇ ଯାଇଛି l ଏହାର ଗୋଟିଏ ବଡ଼ କାରଣ ଆଜିକାଲି ର ୱେଷ୍ଟଟର୍ନ ପାଇଖାନା l ଏଥିରେ ସଂକ୍ରମଣ ର ବିପଦ ଅଧିକ ବଢ଼ୀଯାଇ ଥାଏ l ସେଥିପାଇଁ ପାଣି ସମସ୍ୟା ଓ ସଫା ସଫି ସମସ୍ୟା ଯୋଗୁଁ ୟୁରିନ ଇନଫେକ୍ସନ ସମସ୍ୟା ଦେଖା ଯାଇଥାଏ l ୟୁଟିଆଇ ସମୟରେ ମହିଳାମାନେ ଅନେକ ସମସ୍ୟାର ଓ ଯନ୍ତ୍ରଣା ର ସମୁଖୀନ ହୋଇ ଥାଆନ୍ତି l

ତେଣୁ ୟୁରିନାରୀ ଟ୍ରାକସ ଇନଫେକ୍ସନ ସମୟ ରେ କିଛିଟା କଥାକୁ ନିହାତି ଅଣଦେଖା କରିବା ଉଚିତ l ଆସନ୍ତୁ ଜାଣିବା ସେ ଗୁଡିକ କଣ -:

୧ – ୟୁଟିଆଇ ସମୟରେ ଆପଣଙ୍କୁ ଅଧିକ ପାଣି ପିଇବା ଉଚିତ l ଏହା ସହିତ ଅଧିକ ରୁ ଅଧିକ ତରଳ ପଦାର୍ଥ ସେବନ କରିବା ଜରୁରୀ l

୨ – ନିଜ ଖାଦ୍ୟରେ ନିୟମିତ ଦୁଗ୍ଧ, ଓଟ୍ସ ଓ ଅଣ୍ଡା ଖାଇବା ଜରୁରୀ l

୩ – ଆପଣ ଏହା ଛଡା ପଇଡ଼ ପାଣି, ସୁପ ଓ ବିଭିନ୍ନ ପନିପରିବା ସେବନ କରିବା ଜରୁରୀ l

୪ – ଏହି ସମୟରେ ମସଲା ଓ ତୈଳ ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ l

୫ – ଏହି ସଂକ୍ରମଣ ସମୟରେ ଚିନି ଓ ମିଠା ଖୁବ କମ ସେବନ କରିବା ଜରୁରୀ l

୬ – ଲେମ୍ବୁ, କମଳା, ଅଙ୍ଗୁର, ଷ୍ଟ୍ରବେରୀ ଭଳି ଫଳ ଏହି ସମୟ ରେ ଖାଇବା ଉଚିତ ନୁହେଁ , କାରଣ ଏସିଡ ଯୁକ୍ତ ଫଳ ଦ୍ୱାରା ଅଧିକ ସଂକ୍ରମଣ ବୃଦ୍ଧି ପାଇଥାଏ l

୭ – ପରିସ୍ରା ନାଳିରେ ସଂକ୍ରମଣ ସମୟରେ ମଦ୍ୟ ପାନ କରିବା ଉଚିତ ନୁହେଁ l

Leave A Reply