Odisha news

ଶ୍ୟାମସୁନ୍ଦରପୁର ମିଶନ ଶକ୍ତି ଗୃହ ଉଦ୍ଘାଟିତ

0

ଖଇରା-୨୭/୦୬: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ମିଶନ ଶକ୍ତି ଗୃହ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ସୋମବାର ମହିଳା ମାହସଂଘର ଏମବିକେ ପଙ୍କଜିନୀ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ସମୟରେ ମହିଳା ମାନଙ୍କର ଯଥେଷ୍ଟ ପ୍ରଗତି ହୋଇଛି । ଆର୍ଥୀକ ମାନସିକସ୍ତରରେ ସ୍ୱାବିଲମ୍ବୀ ହୋଇ ରାଜ୍ୟ ଓ ଦେଶର ପ୍ରଗତିରେ ଭାଗିଧାରି ହୋଇ ପାରିଛନ୍ତି ବୋଲି କହିଥିଲେ । ବିଡିଓ ପର୍ଶୁରାମ ପଣ୍ଡା,ସରପଞ୍ଚ ବନିତା ପ୍ରଧାନ ଓ ସମିତିସଭ୍ୟା ବାସନ୍ତି ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ୧୩୪ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ

Leave A Reply