Odisha news

କୋଣାର୍କ ସମବାୟ ସମିତି ନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ର ବାଜିମାତ

0

କୋଣାର୍କ:- ୨୭/୬ ରବିବାର ୨୬ ତାରିଖ  ଅନ୍ତିମ ପର୍ଯୟ ରେ ସାରା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ସମବାୟ ସମିତିର ନିର୍ବାଚନ।ଏହି ନିର୍ବାଚନ ରେ କୋଣାର୍କ ରେ ମୋଟ ୧୫ ଟି ଜୋନ ରେ ମଧ୍ୟ  ନିର୍ବାଚନ ହୋଇଥିବା ସୂଚନା ମିଳିଛି।ଏହି ନିର୍ବାଚନ ରେ ସମିତି ପାଇଁ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ନିର୍ବାଚିତ ହୋଇଥିବା ଜଣାପଡିଛି।ତେବେ ୧୫ ଟି ଜୋନ ମଧ୍ୟରୁ ବିଜେଡି  ସମର୍ଥିତ  ୧୩ ଟି ଜୋନ ରେ ନିଜର ପ୍ରାର୍ଥୀ ଦେଇଥିବା ବେଳେ ୨ ଟି ଜୋନ ରେ କୌଣସି ପ୍ରାର୍ଥୀ  ହୋଇନଥିଲେ। ଅବଶିଷ୍ଟ ସମସ୍ତ ୧୩ ଟି ଜୋନ ର ପ୍ରାର୍ଥୀ ମାନେ ନିର୍ବାଚନ ରେ ବିଜୟୀ ହୋଇଛନ୍ତି।

ଏଥି ମଧ୍ୟରେ ୮ ଟି ଜୋନ ରେ ନିର୍ଦ୍ୱନ୍ଦ ରେ ବିିଜେଡି ସମର୍ଥିତ ପ୍ରାର୍ଥୀବିଜୟ ଲାଭ କରିଥିବା ବେଳେ ଅନ୍ୟ ୫ ଟି ଜୋନ ରେ ପ୍ରତ୍ୟକ୍ଷ ନିର୍ବାଚନ ରେ ମଧ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।ତେବେ ରବିବାର ଏହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ସମସ୍ତ ଜୋନ କୁ ନେଇ ସଭାପତି ନିର୍ବାଚନ ହେବାକୁ ଥିବା ସୂଚନା ମିଳିଛି। ଏହି ନିର୍ବାଚନ ରେ ଇଲେକ୍ସନ ଅଫିସର ଅଶ୍ଵିନି କାନ୍ତ ସେଠୀ ଏବଂ ପ୍ରିଜାଇଡୀଂ ଅଫିସର ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

Leave A Reply