Odisha news

ଗବେଷଣା ଅନୁସାରେ ଜାମୁକୋଳି ଶରୀର ପାଇଁ ରାମବାଣ ସଦୃଶ

0

ଜାମୁକୋଳି ବର୍ଷା ଋତୁରେ ଗୋଟିଏ ଏଭଳି ଫଳ, ଯାହାକି ଶରୀର ପାଇଁ ପାୱାର ବ୍ୟାଙ୍କ ଅଟେ l ପ୍ରାୟ ସମସ୍ତେ ଛୋଟବେଳେ ଜାମୁକୋଳି ଖାଇବାକୁ ପସନ୍ଦ କରି ଥାଆନ୍ତି l ଜାମୁକୋଳି ଖାଇବାପରେ ଜିଭ ବାଇଗଣୀ ରଙ୍ଗର ହୋଇଯାଇ ଥାଏ l ସେତେବେଳେ ଆମେମାନେ ଏହାର ମହତ୍ୱ ବୁଝି ପାରୁ ନଥିଲୁ l କିନ୍ତୁ ଏହି ଜାମୁକୋଳି ସ୍ୱାସ୍ଥ୍ୟକର ଗୁଣରେ ଭରପୁର ଅଟେ l

– ଗୋଟିଏ ଗବେଷଣା ଅନୁସାରେ ଜାମୁକୋଳି ଖାଇବା ଦ୍ୱାରା ପାଟିର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ଜାମୁକୋଳି ରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି, ଯାହାକି ଦାନ୍ତ ମାଢିକୁ ମଜବୁତ ରଖିବା ସହିତ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l

– ଜାମୁକୋଳି ରେ ଫାଇବର ଅଧିକ ରହିଥିବା କାରଣରୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏଥିରେ କ୍ୟାଲୋରୀ ଅଧିକ ରହି ଥିବାରୁ ଭୋକ ଲାଗି ନଥାଏ l ଯେଉଁ କାରଣରୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ତା ସହିତ ଏଥିରେ ପାଣିର ମାତ୍ରା ଅଧିକ ଥିବା କାରଣରୁ ମଧ୍ୟ ଓଜନ ହ୍ରାସ ହୋଇଥାଏ l

– ଜାମୁକୋଳି ରେ ଖୁବ ଭଲ ମାତ୍ରା ରେ ପୋଟାସିୟମ ରହିଥାଏ ଯେଉଁ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ ଓ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ l

– ଜାମୁକୋଳି ରେ ଭିଟାମିନ ସି ଭରି ହୋଇ ରହିଥାଏ, ଯେଉଁ କାରଣରୁ ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ଏବଂ ତ୍ୱଚା ସୁନ୍ଦର ରହିଥାଏ l ତ୍ୱଚାରେ ବିଶେଷ ଭାବରେ ବ୍ରଣ ସମସ୍ୟା ଦେଖା ଯାଇ ନଥାଏ l

Leave A Reply