Odisha news

କୃଷକ ଓ ଶ୍ରମିକଙ୍କ ସମସ୍ୟା ନେଇ ନୂତନ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା ଓ ଦାବିପତ୍ର ପ୍ରଦାନ

0
ନୂଆପଡା-୨୨/୬  : ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ତଥା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି  ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ନୂତନ ଜିଲ୍ଲାପାଳ ଙ୍କୁ ଭେଟି ଫୁଲତୋଡା ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଚାଷୀଙ୍କ ବିଭିନ୍ନ ସମସ୍ୟା ବିଶେଷ କରି ରବି ଧାନ ମଣ୍ଡି ,ଗତବର୍ଷର ମରୁଡି,ଓ ଜିଲ୍ଲା ର ଅଣ ସଂଗଠିତ ଶ୍ରମିକ,ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରି ଥିଲେ,ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦୁଇଟି ଓ ଗୋଟିଏ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ର ରେ ଗତ ଖରିଫ ୨୦୨୧ ମରୁଡି ରେ ଜିଲ୍ଲାର ଅତିକମରେ ପଚିଶ ଗ୍ରାମପଞ୍ଚାୟତ ର ଶତକଡା ପଚାଶ ଭାଗ ତଥା ଦଶ ହଜାର ହେକ୍ଟର ରୁ ଉର୍ଦ୍ଧ୍ବ ଫସଲ ହାନୀ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ମରୁଡ଼ି ଘୋଷଣା ହୋଇପାରିଲା ନାହିଁ।ଏଣୁ ଫସଲ ହାନୀ ହୋଇଥିବା ଅଞ୍ଚଳ କୁ ତୁରନ୍ତ ମରୁଡି ଘୋଷଣା କରି ଆର୍ଥିକ ସହାୟତା ଯୋଗେଇଦେବା ପାଇଁ ଦାବି କରାଯାଇଛି।
ବର୍ତ୍ତମାନ ବିଭିନ୍ନ ରବି ଧାନ ମଣ୍ଡି ବିଶେଷକରି ନୂଆପଡ଼ା ବ୍ଲକ ର ବିଭିନ୍ନ ମଣ୍ଡିରେ ପଚାଶ ହଜାର ରୁ ଉର୍ଦ୍ଧ୍ବ ଧାନ ବସ୍ତା ପଡିଛି ଓ ବର୍ଷା ରେ ଭିଜି ନଷ୍ଟ ହେଉଛି,ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଟାର୍ଗେଟ ମଗେଇ ତୁରନ୍ତ ତିନି ଦିନ ଭିତରେ ମଣ୍ଡି ଖାଲି କରିବା ପାଇଁ ଦାବୀ କରାଯାଇଛି।୨୦୧୭-୧୮-୧୯  ର ଚାଷୀ ମାନଙ୍କ ବକେୟା ଫସଲ ବୀମା ତୁରନ୍ତ ପ୍ରଦାନ, ୨୦୨୦ ମସିହାରୁ ଉଠା ଜଳସେଚନ ବିଭାଗରେ ଅର୍ଥ ପୈଠ କରି ଜିଲ୍ଲାର ଅପେକ୍ଷାରତ ହଜାର ହଜାର ଚାଷୀ ଙ୍କ କୂପ ଖୋଳିବା ପାଇଁ ତୁରନ୍ତ ପଦକ୍ଷେପ, ୨୦୨୧ ର ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ପିଆଜ ଓ ପନିପରିବା ଚାଷୀଙ୍କୁ ଓଡିଶା ରିଲିଫ କୋର୍ଡ଼ ମୁତାବକ କ୍ଷତି ପୂରଣ, ଚଳିତ ଖରିଫ ଋତୁ ପାଇଁ ଆବଶ୍ୟକ ବିହନ ଓ ସାର ଯୋଗାଣ ବିଶେଷକରି ଅଭାବୀ ସାର ବିକ୍ରୀ ଓ କଳା ବଜାରୀ ରୋକିବା ଇତ୍ୟାଦି ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା କରି ଦାବୀପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଙ୍କୁ ଦିଆଯାଇଥିବା ଦାବୀ ପତ୍ର ରେ ଗତ ୧୩ ଜୁନରେ ସାରାବଙ୍ଗ, ମୋହରାଡ଼ିହି,ଖୁଟବନ ଭେରା ଅଞ୍ଚଳର ଶହ ଶହ ଚାଷୀ ପ୍ରଚଣ୍ଡ ରୌଦ୍ରତାପ ରେ ଭୋର ପ୍ରାୟ ତିନି ଟା ରୁ ରାତି ପର୍ଯ୍ୟନ୍ତ ଭୋକ ଶୋଷରେ ମଣ୍ଡିରୁ ନିଜ ଖର୍ଚ୍ଚରେ ଟ୍ରାକ୍ଟର ଭଡା କରି ମଣ୍ଡିରୁ ଖରିଆର ରୋଡ ର ବିଭିନ୍ନ ମିଲ ଗୁଡିକୁ ନିଜ ଧାନ ଆଣି କିଲୋମିଟର ବ୍ୟାପି ଲମ୍ବା ଲାଇନ ଲାଗେଇଥିଲେ।ଉତ୍ତ୍ୟକ୍ତ ଚାଷୀ ନିର୍ମଲ ରାଇସ ମିଲ କୁ ତଥା ରାଷ୍ଟ୍ରୀୟ ରାଜପଥ ୩୫୩ କୁ ଦୀର୍ଘ ସମୟ ଅବରୋଧ କରିଥିଲେ, ଯହିଁରେ ଏ.ସି.ଏସ.ଓ. ଆନ୍ଦୋଳନସ୍ଥଳୀ କୁ ପହଞ୍ଚି ଚାଷୀଙ୍କୁ ଲିଖିତ ପ୍ରତିଶୃତି ଦେଲାପରେ ଆନ୍ଦୋଳନ ପ୍ରତ୍ୟହୃତ ହୋଇଥିଲା।
ଉଚ୍ଚ ସ୍ତରୀୟ କମିଟି ଗଠନ କରି ଅସାଧୁ ପେକ୍ସ କର୍ମଚାରୀ,ମିଲ ମାଲିକ,ଯୋଗାଣ ବିଭାଗ କର୍ମଚାରୀ ଙ୍କ ବିରୁଦ୍ଧରେ ଯିଏ ବି ଦୋଷୀ ପାଇବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ପ୍ରତିଶୃତି କୁ ତୁରନ୍ତ କାର୍ଯ୍ୟକାରୀ କରିବା,ମଣ୍ଡିରୁ ମିଲକୁ ଧାନ ପରିବହନ କରିଥିବା ଚାଷୀ ଙ୍କୁ ଭଡା ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବା,ଜିଲ୍ଲା କୁ ଆବଶ୍ୟକ ଥିବା ଟାର୍ଗେଟ ଆଣି ତୁରନ୍ତ ତିନି ଦିନ ଭିତରେ ସମସ୍ତ ରବି ଧାନ ମଣ୍ଡିରେ ପଡିଥିବା ହଜାର ହଜାର ଧାନ କୁ ଖାଲି କରିବା ପାଇଁ ଆଲୋଚନା ଓ ଦାବୀ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ପୃଥକ ଏକ ଦାବିପତ୍ର ରେ ଜିଲ୍ଲାର ଅଣସଙ୍ଗଠିତ ଶ୍ରମିକ,ନିର୍ମାଣ ଶ୍ରମିକ ଓ ମନରେଗା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ ସହିତ ନୂତନ ଜିଲ୍ଲାପାଳ ଙ୍କ ସହିତ ବିସ୍ତୃତ ଚର୍ଚ୍ଚା ହୋଇଥିଲା।
ଖରିଆର ରୋଡ ରୁ ଜିଲ୍ଲା ସଦର ମହକୁମା କୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ତୁରନ୍ତ ସ୍ଥାନାନ୍ତରଣ,ଶ୍ରମ କାର୍ଯ୍ୟାଳୟ ରେ ଖାଲିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ, ପ୍ରତ୍ୟେକ ବ୍ଲକରେ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଖୋଲିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ବିଗତ ତିନି ବର୍ଷରୁ ପଡି ରହିଥିବା ସହାୟତା ରାଶି ର ଦରଖାସ୍ତ ଯଥା ଯନ୍ତ୍ରପାତି,ବିବାହ,ମୃତ୍ୟୁକାଳୀନ,ପ୍ରସବ କାଳୀନ,ଚିକିତ୍ସା, ସୁରକ୍ଷା ଉପକରଣ, ଛାତ୍ର ବୃତ୍ତି,ଘର ତିଆରି ସହାୟତା ର ଆବେଦନ ଗୁଡିକୁ ତୁରନ୍ତ ସମାଧାନ କରାଯାଇ ଅପେକ୍ଷା ରତ ହିତାଧିକାରୀ ଙ୍କୁ ପ୍ରଦାନ, ପ୍ରତ୍ୟେକ ବ୍ଲକରେ ଶ୍ରମିକ ଙ୍କ ଆନୁଷଙ୍ଗିକ ସୁବିଧା ସମ୍ପର୍ଣ୍ଣ ବିଶ୍ରାମସ୍ଥଳୀ ନିର୍ମାଣ,ମନରେଗା ଶ୍ରମିକ ଙ୍କୁ ବକେୟା ପାଉଣା ପ୍ରଦାନ ସହିତ ବ୍ୟାପକ ଜାମ ଯୋଗାଣ,ଶ୍ରମିକ ପଳାୟନ ସମସ୍ୟା ଓ ତାର ନିରାକରଣ ଆଦି ବିଭିନ୍ନ ଦାବି ଉପରେ ଆଲୋଚନା ହେବା ସହିତ ସମସ୍ୟା ସମାଧାନ ପାଇଁ ଦାବୀ କରାଯାଇଥିଲା। ଜିଲ୍ଲାର ଚାଷୀ ଓ ଶ୍ରମିକଙ୍କ ସମସ୍ତ ପ୍ରମୁଖ ସମସ୍ୟା ଉପରେ ଦୃଷ୍ଟି ରଖି ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ ନୂତନ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ।ଏହି ପ୍ରତନିଧି ମଣ୍ଡଳୀରେ ଶୁକ୍ଳାମ୍ବର ନିଆଲ,ପ୍ରଦୀପ ଦଣ୍ଡସେନା,ଭକ୍ତବନ୍ଧୁ ଧରୁଆ,ଜ୍ଞାନରଞ୍ଜନ ସାହୁ,ଯଯାତି ମେହେର,କୁଞ୍ଜବିହାରି କଟା,ଅନିରୁଦ୍ଧ ନାଗ ପ୍ରମୁଖ ସାମିଲ ହୋଇଥିଲେ।
Leave A Reply