ଜମନକିରା : ଜମନକିରା ଥାନା ଅଞ୍ଚଳ ଦେଇ ଏକ ପିକଅପ ଭ୍ୟାନରେ ବେଆଇନ ଭାବରେ ଗୋରୁ ଚାଲାଣ ହେଉଥିବା ବେଳେ ଦେବସେନା ପକ୍ଷରୁ ଗାଡି ଅଟକାଇ ପୋଲିସକୁ ଜିମା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଦେବଗଡ଼ ଅଞ୍ଚଳର ଏକ ପିକଅପ ଭ୍ୟାନ୍ (ଓଡି ୨୮ଏ ୮୮୯୨) ରେ ଦେବଗଡ଼ ଅଞ୍ଚଳକୁ ଗୋରୁ ଚାଲଣ ହେଉଥିବା ବେଳେ ଦେବସେନା କର୍ମୀ ସୁଚନା ପାଇଥିଲେ। ଟିକିଲିପଡ଼ା ଛକରେ କର୍ମୀ ମାନେ ଭ୍ୟାନକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗାଡିକୁ ଅଟକ ରଖିବା ସହ ଏଥିରେ ସଂପୃକ୍ତ ଥିବା ୫ ଜଣକୁ ଅଟକ ରଖି ପଚର ଉଚରା କରୁଛି।