Odisha news

ହରିଜନ ଆବାସିକ ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ପରଲୋକ

0

କାକଟପୁର 10/5 କାକଟପୁର ଗ୍ରାମ ପଞ୍ଚାୟତ ଦହିଖିଆ (ମୂଳାଗଡ଼) ସ୍ଥ  ବିପିନ ବିହାରୀ ହରିଜନ ଆବାସିକ ହାଇସ୍କୁଲ ର ପ୍ରତିଷ୍ଠାତା ତଥା ବିଦ୍ୟୁତ ବିଭାଗ ର ଅବସର ପ୍ରାପ୍ତ (O J T) ବିପିନ ବିହାରୀ ସାହୁ (72) ଙ୍କର ଗତ ରବିବାର ଦିନ ନିଜ ବାସ ଭଵନରେ ପରଲୋକ ହୋଇ ଯାଇଛି l ସେ କିଛି ଦିନ ହେଲା ଅସୁସ୍ଥ ହୋଇ ଘରେ ଥିଲେ l ତାଙ୍କ ମୃତ୍ୟୁ ନିକଟରେ ଭାଇ ତଥା ନେତ୍ରାନନ୍ଦ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଉପେନ୍ଦ୍ର ସାହୁ, ପୁତ୍ର ନନ୍ଦ କିଶୋର , ରାଜେଶ, ପୁତୁରା ଡ଼ଃ ସୁଶୀଲ, ଲିପୁନ, ପୁତ୍ର ବଧୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ପରିବାର, ବନ୍ଧୁବର୍ଗ, ଗ୍ରାମବାସୀ ଉପସ୍ଥିତ ଥିଲେ l ସେ ଜଣେ ପରୋପକାରୀ, ମିଷ୍ଠ ଭାସି,ସ୍ନେହୀ, ସମାଜସେବୀ ଭାବେ ସାରା କାକଟପୁର ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ମୃତ୍ୟୁ ରେ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l ବହୁ ବିଶିଷ୍ଟ ବ୍ୟକ୍ତି ମାନେ  ତାଙ୍କ ବାସ ଭଵନ କୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ l ତାଙ୍କର ମର ଶରୀର କୁ ଏକ ଶୋଭାଯାତ୍ରା ରେ ପୁରୀ ସ୍ୱର୍ଗ ଦ୍ୱାର କୁ ନିଆଯାଇଥିଲା l ଅନ୍ତିମ ସଂସ୍କାର ରେ ପୁତ୍ର ନନ୍ଦ କିଶୋର ମୁଖାଗ୍ନି ଦେଇଥିଲେ l

Leave A Reply