Odisha news

ଗ୍ରୀଷ୍ମ ଋତୁରେ ପ୍ରତିଦିନ ଖାଲି ପଟରେ ସେବନ କରନ୍ତୁ ମାତ୍ର ଗୋଟିଏ ଗ୍ଲାସ ବେଲପଣା , ପାଇବେ ଚମତ୍କାର ଲାଭ

0
ଗରମ ର ପ୍ରକୋପ ବର୍ତମାନ ସାରା ଭାରତ ବର୍ଷରେ ଛାଇ ଯାଇଛି l ଗରମ ର ବଢୁଥିବା ପ୍ରକୋପ ସମୟରେ ଆମେ ରାସ୍ତା କଡରେ ଆଖୁରସ ଓ ବେଲ ସର୍ବତ , ଲସି ପ୍ରଭୃତି ଦେଖିବାକୁ ପାଇଥାଉ l କିନ୍ତୁ ସକାଳୁ ଯଦି ଆମେ ପ୍ରତିଦିନ ଗୋଟିଏ ମାତ୍ର ଗ୍ଲାସ ବେଲ ପଣା ସେବନ କରିବା ତେବେ ଅଧିକାଂଶ ରୋଗରୁ ମୁକ୍ତି ପାଇବା l

– ବେଲ ପଣା ଶରୀର ପାଇଁ ଥଣ୍ଡା ହୋଇଥାଏ l ଗ୍ରୀଷ୍ମ ଋତୁରେ ବେଲ ପଣା ସେବନ କରିବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଓ ପେଟ ଥଣ୍ଡା ମଧ୍ୟ ରହିଥାଏ l ଏହାର ସିଧାସଳଖ ପ୍ରଭାବ ପେଟକୁ ସୁସ୍ଥ ରଖିଥାଏ ଓ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ l

– ବେଲ ପଣା ରେ ପ୍ରୋଟିନ, ବିଟା କେରୋଟିନ , ଥାଇମିନ, ରାଇବଫ୍ଲେବିନ ଓ ଭିଟାମିନ ସି ରହିଥାଏ l ତେଣୁ ବେଲ ପଣା ଇମ୍ୟୁନିଟି ବଢାଇବା ସହିତ ଶରୀରକୁ ଆବଶ୍ୟକ ପୋଷକତତ୍ୱ ଯୋଗାଇ ଥାଏ l

– ବେଲପଣା ରେ ଥିବା ପୋଷାକ ତତ୍ୱ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଆପଣ ନିୟମିତ ବେଲପଣା ସେବନ କରିବା ନିହାତି ଜରୁରୀ ଅଟେ l

– ବେଲପଣା  କ୍ୟାନ୍ସର ପ୍ରତିରୋଧକ ଅଟେ l ତେଣୁ ପ୍ରତିଦିନ ବେଲପଣା  ସେବନ ଦ୍ୱାରା କ୍ୟାନ୍ସର ସେଲ୍ ମଧ୍ୟ ନଷ୍ଟ ହୋଇଥାଏ l

– ସକାଳୁ ଖାଲି ପେଟରେ ବେଲପଣା  ସେବନ ସମୟରେ ସେଥିରେ କିଛି ମହୁ ମିଶାଇ ସେବନ କରିବା ଦ୍ୱାରା ଏସିଡ଼ିଟି ରୁ ଆରାମ ମିଳିଥାଏ l

– ଖାଲି ପେଟରେ ପ୍ରତିଦିନ ବେଲପଣା ସେବନ ପିତ, କଫ,ବାତ ଦୋଷ ଠାରୁ ଦୁରେଇ ରଖିଥାଏ l ସର୍ବଦା ମାନେ ରଖିବେ ଯେ ଖଲିପେଟ ରେ ବେଲପଣା  ସେବନ କରିବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ l

Leave A Reply