ବୁଗୁଡ଼ା : ତା ୦୩/୦୫/୨୨ : ନିକଟସ୍ଥ ଜଗତ ପାଟଣା ଗ୍ରାମର ମାତ୍ର ୫ ବର୍ଷର ଶିଶୁ କନ୍ୟା ଅମ୍ରିତା ଗୌଡ଼ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ଅମ୍ରିତା ସ୍ୱଳ୍ପ ସମୟ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ନାମ ଓ ରାଜଧାନୀ,ସମସ୍ତ ଗ୍ରହ, ଅନେକ ରାଜନେତା, ବିଭିନ୍ନ ଜାତୀୟ ଚିହ୍ନ,ଜାତୀୟ ସଙ୍ଗୀତ,ବିଶ୍ଵ ମାନଚିତ୍ରରୁ ସପ୍ତ ମହାଦେଶ ଚିହ୍ନଟ,ବିଭିନ୍ନ ଜାତୀୟ ଫଳ ଏବଂ ଆଲ୍ଫାବେଟିକ୍ ସମ୍ବନ୍ଧୀୟ ନିର୍ଭୁଲ ଉତ୍ତର ଦେଇ ବିଚାରକ ମଣ୍ଡଳୀଙ୍କ ମନ ଜିଣି ନେଇଥିଲେ । ସେ ଜଗତ ପାଟଣା ନିବାସୀ ଟୁକୁନା ଗୌଡ଼ଙ୍କ କନ୍ୟା ଅଟନ୍ତି। ଅମ୍ରିତା ଅନ୍ ଲାଇନ ମାଧ୍ୟମରେ ଏଭଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ପ୍ରକାଶ।