Odisha news

ହିଞ୍ଜିଳିକାଟୁ : ଅଖିମୁଠି ଅନୁକୂଳ କଲେ ଜିଲ୍ଲାପାଳ

0
(ହିଞ୍ଜିଳିକାଟୁ-୦୩/ମଇ/୨୦୨୨) କୃଷି ଭିତ୍ତିକ ଗଣପର୍ବ ଅକ୍ଷୟ ତୃତୀୟା ଅବସରରେ ହିଞ୍ଜିଳିକାଟୁରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ମହୋତ୍ସବ-୨୦୨୨ ତଥା କୃଷକ ଦିବସ ପାଳିତ ହୋଇଥିଲା। ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖି ମୁଠି ଅନୁକୂଳ କରିଥିଲେ। ଆୟୋଜିତ ସାଧାରଣ ସଭାରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ହିଞ୍ଜିଳିକାଟୁ ପୋୖରାଧ୍ୟକ୍ଷ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ, ପ୍ରାଣୀ ସଂପଦ ଅଧିକାରୀ, ମତ୍ସ୍ୟ ଓ ପଶୁ ପାଳନ ଅଧିକାରୀ ପ୍ରମୂଖ କୃଷି ସମ୍ୱନ୍ଧୀୟ ଅନେକ ବିଭାଗର ଜିଲ୍ଲା ଅଧିକାରୀ ମାନେ ମଞ୍ଚାସୀନ ଥିଲେ। ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଏବଂ ବ୍ଲକ କୃଷି ଅଧିକାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର ପ୍ରଭାତ କୁମାର ପରିଡା, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ଜିଲ୍ଲା ସହକାରୀ କୃଷି ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଥ, ସାରୁ ସରପଞ୍ଚ ନୀଳାଞ୍ଚଳ ସାହୁ, ଶିକିରି ସରପଞ୍ଚ ସୁରେଶ କୁମାର ବରଡ଼, ଦାରୁଭଦ୍ରା ସରପଞ୍ଚ ବିକାଶ ସେଠି, ନନ୍ଦିକ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭଉଳ ପ୍ରମୂଖ ଉପସ୍ଥିତ ଥିଲେ।
Leave A Reply