Odisha news

ଶଗଡେଶ୍ୱର ବାବାଙ୍କ ଥାଳ ଉଠା

0

ଜମନକିରା, ୩/୫: ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଂଚାୟତ ଅନ୍ତର୍ଗତ ଶଗଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ରୀତିନୀତିରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଥାଳ ଉଠା ଓ ଗଣ୍ଠି ଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବର୍ଷ ମାତା ପାର୍ବତୀଙ୍କ ମାତାପିତା ଭାବରେ କୁସୁମୀ ଗ୍ରାମର ଅଜୟ ବେହେରା ଓ ତାଙ୍କ ସହଧର୍ମିଣୀ କଦାମିନୀ ବେହେରା କର୍ତା କର୍ତୀ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବାବା ଶଗଡେଶ୍ୱରଙ୍କ ମାତାପିତା ଭାବରେ ଲାଇଡାଗୁନା ଗାର  ଆଶିଷ ପଟେଲ ଏବଂ ତାଙ୍କ ସହଧାର୍ମିଣୀ ପାୟଲ ପଟେଲଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମାଗମ ହୋଇଥିଲା। ପୂଜକ ଭାବେ ଜୟଗୋପାଳ ସୁଆର ଓ ପୂଜକ ନିତ୍ୟାନନ୍ଦ ମିଶ୍ର ପୌରହିତ କରିଥିବା ବେଳେ ଏହି ଉତ୍ସବରେ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ନୃପଲାଲ ପଳେଇ, ରୁଦ୍ରନାରାୟଣ ବେହେରା, ଶଶୀଭୁଷଣ ବଢ଼େଇ, ଚିତରଞ୍ଜନ ଶର୍ମା, ବିରଞ୍ଚି ପଟେଲ, ଗଣେଶ ଗୁପ୍ତା, ସଞ୍ଜୟ ମହାକୁଳ, ମିତ୍ର ରାୟ, ବିକାଶ ମହାକୁଳ, ସୁରଥ ନାୟକ, ବାବୁନି ମହାନ୍ତି, ଅମିତ ମିଶ୍ର, ମହେନ୍ଦ୍ର ବାଘ, ରାଜୀବ ଶର୍ମା, ସୁମନ୍ତ ବେହେରା, ତରଣୀ ଶର୍ମା ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଆସନ୍ତା ଜୁନ ମାସ ୪ ଓ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶୀତଳ ଷଷ୍ଠି ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ହୋଇ ପାରିବ ସେଥିପାଇଁ ସଂଯୋଜକ ମଳୟ ବେହେରା ଅଞ୍ଚଳ ବାସୀ ତଥା ପ୍ରଶାସନ ର ସହଯୋଗ କାମନା କରିଥିଲେ।

Leave A Reply