Odisha news

ଆଠଗଡ଼ ବ୍ଲକ ରେ ବିଭିନ୍ନ ସ୍ଥାନରେ ଅଖମୁଠି ଅନୁକୂଳ

0

ଆଠଗଡ଼ ତା ୩/୫/୨୨ ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦ ପୁର ପଞ୍ଚାୟତ ର ଲକ୍ଷ୍ମୀ ନାରାୟଣ ପୁର ଠାରେ  ବିଜୁ କୃଷକ  ଜନତାଦଳର ସଭାପତି ସୁବାସ ପାଳ ସଭାପତିତ୍ବରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଧିବିଧାନ ସହ ଉପସ୍ଥିତ ଥିବା  ୩୪ ଗୋଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଓ କୃଷକ ସାଥୀ ସହ ସମସ୍ତ କର୍ମି ଙ୍କ ଉପସ୍ଥିତି ରେ ସମୟ ସକାଳ ୯ ସମୟରେ ଚଷା ପୁଅ ଭଳି ମୁଣ୍ଡରେ ଝାମ୍ପି ଲଗାଇ ବିଲରେ ଧାନ ବୁଣି ପରେ ସେହି ଧାନରେ ହଳ ବୁଲାଇଥିଲେ, ଅକ୍ଷୟ ତୃତୀୟା ଦିନ ଚାଷୀ ପୁଅ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ, ଚଷା ପୁଅ ଉନ୍ନତି ହେଲେ ସମଗ୍ର ଓଡ଼ିଶା ସହ ଭାରତର ଉନ୍ନତି ହେବ, ମନ୍ତ୍ରୀ ଅଭିଭାଷଣ ବେଳେ କରିଥିଲେ କେନ୍ଦ୍ର ସରକାର ଚଳିତ ବଜେଟରେ କୃଷି ପାଇଁ ବ୍ୟୟ ବରାଦ ନକରି ବଜେଟ୍ କୁ କମ୍ କରିଛନ୍ତି, ଯେଉଁଥିପାଇଁ ଚାଷୀ ମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି, କିନ୍ତୁ ରାଜ୍ୟ ସରକାର ମହିଳା ଚାଷୀ ମାନଙ୍କ ପାଇଁ ଛେଳି ଗୋପାଳନ ମାଛ ଚାଷ କରିବା ରିହାତିର  ବ୍ୟବସ୍ଥା କରିଛନ୍ତି,ଏହା ଦ୍ୱାରା ଆଠଗଡ଼ ଚାଷୀ ଉପକୃତ ହେବେ, ମନ୍ତ୍ରୀ ସଫଳ ଚାଷୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ, ମନ୍ତ୍ରୀ ଉଦ୍ୟାନ ବିଭାଗ ପକ୍ଷରୁ ପନିପରିବା ମଞି ପ୍ରଦାନ କରିଥିଲେ,  ଏହି ଉତ୍ସବରେ ରବିନ୍ଦ୍ରନାଥ ରାଉତ, ବଳଭଦ୍ର ବାଘ, ସତ୍ୟପ୍ରିୟ ମହାନ୍ତି, ନୃସିଂହ ଚରଣ ରାଉତ, ସସ୍ମିତା ରାଉତ, ଡ଼ଃ ସୁକାନ୍ତ କୁମାର ବେହେରା, ପ୍ରମୋଦ କୁମାର ସେଠୀ, ନିରାକାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ, ସେହିପରି ଯୁବ ସଂଗଠନ ଅଭୟ କୁମାର ବାରିକ କୋଳଧପଗି  ଗ୍ରାମର ଡେରା ଠାରେ ଚାଷ ଜମିରେ ଅଖମୁଠି ଅନୁକୂଳ କରିଥିଲେ, ନିର୍ଦିଷ୍ଟ ସମୟରେ ପୂଜାର୍ଚ୍ଚନା କରି ଆଗାମୀ ବର୍ଷ ପାଇଁ ଚାଷୀ ମାନଙ୍କ ଉନ୍ନତି କାମନାରେ ଏକ ଚାଷୀ ପୁଅ ବେଶରେ ଖାଲି ପାଦରେ ମୁଣ୍ଡରେ ଠେକା ଭିଡି ବିହନ ବୁଣିଥିଲେ, ଚାଷୀ ମାନଙ୍କ ସୁଖ ଦୁଃଖର ସବୁ ସମୟରେ ଉପସ୍ଥିତ ରହିବେ ବୋଲି ବଦ୍ଧ ପରିପକୱର ହୋଇଥିଲେ, ଆଠଗଡ଼ ଚାଷୀ ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଦୃଢ଼ ପ୍ରତିବାଦ କରିବା ସହ ଚାଷୀ ମାନଙ୍କ ସମସ୍ୟା ପୁନଃ ବିଚାର କରିବା ପାଇଁ ଆଜି ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ ଜଣାଇଛନ୍ତି, ଏହି ଉତ୍ସବରେ ସରୋଜ କୁମାର ଦାସ, ସୁବାସ ସାମଲ, ତାପସ ସାହୁ, ପ୍ରଶାନ୍ତ ସାହୁ, ଚିନ୍ତା ମଣୀ ସାମଲ, ପ୍ରମୁଖ ଉପସ୍ଥିତ ଥିଲେ,

Leave A Reply