Odisha news

ଜମା ରାଶି ଫେରାଉନି ସାହାରା , ଥାନାର ଦ୍ୱାରସ୍ଥ ହେଲେ ଜମାକାରୀ

0
ଵ୍ରହ୍ମପୁର , ୩/୫- ସହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଵ୍ରହ୍ମପୁର ସହର ଓ ସହର ତଳି ଅଞ୍ଚଳରୁ ଶତାଧିକ ଜମାକାରୀଙ୍କ କଷ୍ଟ ଉପାର୍ଜିତ ଲକ୍ଷ ଲକ୍ଷ ଜମାଟଙ୍କା  ଠକେଇ କରିଛନ୍ତି।ଏହିଧାରାରେ ମଙ୍ଗଳବାର ଶତାଧିକ କ୍ଷତିଗ୍ରସ୍ଥ ଜମାକାରୀ ଜେନେନାହସ୍ପିଟାଲ ରୋଡ ସାହାରା କାର୍ଯ୍ୟାଳୟ ଥରେ ଏକତ୍ରିତ ହୋଇ ପରେ ବୈଦ୍ୟନାଥପୁର ଥାନାକୁ ଯାଇଥିଲେ। ସେଠାରେ ଜମାକାରୀ ମାନେ ସାହାରା ଚିଟଫଣ୍ଡ ସଂସ୍ଥା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥି ଗାଁ’ର ସୁଲଚନା ଦଳବେହେରା ଗତ ୨୦୧୮ ଜୁଲାଇ ୨୩ ଵ୍ରହ୍ମପୁର ଜେନେନା ହସ୍ପିଟାଲ ରୋଡ ସହାରା ଇଣ୍ଡିଆ ସେକ୍ଟର ଅଫିସରେ ୧ଲକ୍ଷ ୬୭ ହଜାର ୭୦୦ ଟଙ୍କା ଦୁଇ ବର୍ଷ ପାଇଁ ଜମା ରଖିଥିଲା। ସମୟ ଅବଧି ପରେ ମଧ୍ୟ ଉକ୍ତ ଚିଟଫଣ୍ଡ ସଂସ୍ଥା ସୁଲଚନାଙ୍କୁ ଫେରାଇ ନ ଥିଲା। ଠକାମୀର ଶିକାର ହୋଇଥିବା ଜଣାପଡିବା ପରେ ସେ ସାହାରା ଜମାକାରୀ ମଞ୍ଚ ସହାୟତାରେ ବୈଦ୍ୟନାଥପୁର ଥାନାରେ ସାହାରା କତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
Leave A Reply