ନିରାକାରପୁର୨/୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀ ଓ ଯାତ୍ରୀମାନଙ୍କ ଜଳକ୍ଲିଷ୍ଟ ଦୂର କରି ପାନୀୟ ଜଳ ଯୋଗାଇବା ଉଦେ୍ଦଶ୍ୟରେ ବିଜୁ ଜନତା ଦଳ ତରଫରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନୂଆ ଜଗନ୍ନାଥ ସଡ଼କ କଡ଼ରେ ଏକ ଜଳସେବା କେନ୍ଦ୍ର ଆରମ୍ଭ ହୋଇଛି ।
ରବିବାର ଦିନ ଖୋର୍ଦ୍ଧା ଜିଲ୍ଲା ଯୁବ ବିଜୁ ଜନତା ଦଳ ସଂପାଦକ ପ୍ରଭାତ କୁମାର ସ୍ୱାଇଁଙ୍କ ଉଦ୍ୟମରେ ଖୋଲା ଯାଇଥିବା ଏହି ଜଳସେବା କେନ୍ଦ୍ରକୁ ବିଜୁ ଜନତା ଦଳ ରାଜ୍ୟ ମହିଳା ଉପସଭାପତି ବାସନ୍ତୀ ମହାପାତ୍ର ,ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ବ୍ଲକ ଅଧ୍ୟକ୍ଷା ରିସ୍ନା ମାନନ୍ଧାତା, ଉପାଧ୍ୟକ୍ଷ ଦୁର୍ଗାନାଥ ଶର୍ମା ଓ ପୂର୍ବତନ ସରପଞ୍ଚ ହୃଷିକେଶ ରାଉତରାୟ, ଲକ୍ଷ୍ମୀଧର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ।
ଏହି ଅବସରରେ ଅତିଥିମାନେ ବଟୋଇ, ପୁରୀଯାତ୍ରୀମାନଙ୍କୁ ଦହିପାଣି , ଶୁଦ୍ଧ ପାନୀୟ ଜଳ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନ ଉସôବରେ ରାମଦୟା ପରିଷଦ ସଂପାଦକ ଗଙ୍ଗାଧର ତ୍ରିପାଠୀ, ଯୁଗ୍ମସଂପାଦକ ରମାନାଥ ଦାଶ, ବରିଷ୍ଠ ସଭ୍ୟ ବେଣୁଧର ଚମ୍ପତିରାୟ ସମେତ ବହୁ ବିଜେଡ଼ି ଉସôାହୀ କର୍ମୀ ଉପସ୍ଥିତ ରହିଥିଲେ । (ଫଟୋ ଯାଇଛି)