Odisha news

ଚନ୍ଦନ କାଠ ଚୋରି ଘଟଣାରେ ୪ ମହିଳା ଯାଯାବର ଗିରଫ

0
କେନ୍ଦୁଝର : ମଧ୍ୟପ୍ରଦେଶ ରୁ କେନ୍ଦୁଝର ଆସି ଯାଯାବର ଭାବେ ବ୍ୟବସାୟ ବାହାନାରେ ମୋବାଇଲ୍ ଓ ଚନ୍ଦନ ଗଛ ଚୋରି କରୁଥିଲେ। ଏହି ରାକେଟର ୪ ଜଣ ମହିଳା ଟାଉନ ପୁଲିସ ଦ୍ଵାରା ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି। ଏହି ୪ ମହିଳାଙ୍କୁ ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ବାହାର ରାଜ୍ୟ ରୁ ଆସି ମୋବାଇଲ ଚୋରି ରାକେଟରେ ସମ୍ପୃକ୍ତ ଥିବା ୪ ମହିଳା ଚାଖିଣୀ ସିଂ (୨୪), କୋଠିବାଈ ସିଂ (୪୮), ଆସେନା ସିଂ (୨୨), କରିନା ସିଂ (୨୪) ବୋଲି ଜଣାପଡି଼ଛି। ବାହାର ରାଜ୍ୟ ରୁ ଆସି ବ୍ୟବସାୟ ବାହାନାରେ ୪ ମହିଳା ଗିରଫ ହେବା କେନ୍ଦୁଝରରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।
ଗତ କିଛି ଦିନ ହେବ କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ମୋବାଇଲ୍ ଚୋରି ଅହେତୁକ ଭାବେ ବଢି଼ ଯାଇଥିଲା। ବାରମ୍ବାର ପୁଲିସ ନିକଟରେ ଅଭିଯୋଗ ହେବା ପରେ ଥାନାଧିକାରୀ ପ୍ରମୋଦିନୀ ସାହୁ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲେ। ପୁଲିସ ଯେତେବେଳେ ଅଭିଯୁକ୍ତକୁ ଧରିଲା ସେତେବେଳେ ତାଜୁବ୍ ମଧ୍ୟ  ହୋଇଯାଇଥିଲା। ମଧ୍ୟପ୍ରଦେଶରୁ ଆସି କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ରୁଦ୍ରାକ୍ଷଠାରୁ ଆରମ୍ଭ କରି କସ୍ତୁରୀ ନାମରେ ନକଲି ସାମଗ୍ରୀକୁ ବିକ୍ରି କରିବା ବାହାନାରେ ଚୋରି କରିବା ଥିଲା ମୁଖ୍ୟ ପେଷା ନରଣପୁରରେ କିଛିଦିନ ହେବ ଅବସ୍ଥାନ କରିବା ପରେ କେନ୍ଦୁଝରରେ ବିଭିନ୍ନ ସ୍ଥାନରେ ବୁଲିବା ମଧ୍ୟରେ ଚନ୍ଦନ ଗଛକୁ ସେମାନେ ଠାବ କରୁଥିଲେ।
ଏହି ରାକେଟରେ ଏକାଧିକ ମହିଳା ଥିବା  ବେଳେ ସେମାନଙ୍କ ସ୍ବାମୀମାନଙ୍କୁ ବ୍ୟବହାର କରି ଚନ୍ଦନ ଗଛକୁ ଲୁଟ୍ କରିବା ପରେ ମହିଳା ମାନେ ତାହାକୁ ନେଇ ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିଲେ। ଏହା ସହିତ ମହିଳାମାନେ ବିଭିନ୍ନ ସରଳ ଲୋକଙ୍କୁ ଟାର୍ଗେଟ କରି ବେଶ୍ ଚତୁରତାର ସହିତ ମୋବାଇଲ୍ ଲୁଟି ନେଉଥିଲେ। ପୁଲିସ ନିକଟରେ ଅଭିଯୋଗ ହେବା ପରେ ସନ୍ଦେହ କରି ନରଣପୁର ଅଞ୍ଚଳରେ ରହୁଥିବା ଯାଯାବରଙ୍କ ଅସ୍ଥାୟୀ ଶିବିରରେ ଚଢଉ କରାଯାଇଥିଲା। ସେଠାରୁ ବିପୁଳ ଚନ୍ଦନ କାଠ ସହିତ ୧୬ଟିମୋବାଇଲଫୋନ ଜବତ ହୋଇଥିଲା । ତେବେ ପୁରୁଷ ଲୋକେ ଫେରାର ହୋଇଯାଇଥିବା ପୋଲିସ କହିଛି। ଏନେଇ ଟାଉନ ଥାନାରେ ୪୬୨୨ଦଫା୪୫୭/୩୮୦ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୁଚନା  ଦେଇଛନ୍ତି।
Leave A Reply