ନୂଆଦିଲ୍ଲୀ : ଦୁବାଇ ବିଶ୍ୱର ଗୋଟିଏ ଏପରି ସ୍ଥାନ ଯେଉଁଠି ମଣିଷ ଦ୍ୱାରା ନିର୍ମିତ ହୋଇଛି ଅନେକ ଆଶ୍ଚର୍ଯ୍ୟ ଜନିତ ଜିନିଷ l ବିଶ୍ୱର ସବୁଠୁ ବଡ଼ ପ୍ରାସାଦ ବୃଜ ଖାଲିପା ଯେଉଁଠି ଅବସ୍ଥିତ l ବର୍ତମାନ ଦୁବାଇ ର ସବୁଠୁ ଗଭୀର ସୁଇମିଙ୍ଗ ପୁଲ ଚର୍ଚାର ବିଷୟ ପାଲଟିଛି l ଅଣ୍ଡର ୱାଟର ରେ ସଉକ ରଖିଥିବା ବ୍ୟକ୍ତି ମଧ୍ୟ ଏଠାକୁ ଯାଇ କିଛିଟା ଆଡଭେଞ୍ଚର କୁ ଅନୁଭବ କରି ପାରିବେ l ଏହା ବ୍ୟତୀତ ମଧ୍ୟ ଏଠାରେ ଅନେକ ଗୁଡିଏ ଅଦ୍ଭୁତ ଜିନିଷ ରହିଛି l ଏହି ସୁଇମିଙ୍ଗ ପୁଲ ର ଗଭୀରତା ୬୦ ମିଟର ଅଟେ l ଏହି ଖାସ ସୁଇମିଙ୍ଗ ପୁଲ ର ନାଁ ଡିପ ଡ୍ରାଇଭ ଦୁବାଇ ଅଟେ l ବର୍ତମାନ ପର୍ଯ୍ୟନ୍ତ ଏହା ବିଶ୍ୱର ସବୁଠୁ ଗଭୀରତମ ସୁଇମିଙ୍ଗ ପୁଲ ଅଟେ l
ଏହି ସୁଇମିଙ୍ଗ ପୁଲ କୁ ଭରିବା ପାଇଁ ୧୪ ଲକ୍ଷ ଲିଟର ପାଣିର ଆବଶ୍ୟକତା ପଡିଥାଏ l ଏହା ଆକାରରେ ୬ଟି ଅଲମ୍ପିକ ପୁଲ ମିଶିଲେ ଯେତେ ବଡ଼ ସେତିକି ବଡ଼ ଅଟେ l ଗତ ବର୍ଷ ଜୁନ ୨୭ ତାରିଖରେ ଏହାକୁ ବିଶ୍ୱର ସବୁଠୁ ଗଭୀର ସୁଇମିଙ୍ଗ ପୁଲ ର ସ୍ଥାନ ମିଳିଥିଲା l ଏଠାରେ ପାଣିର ତାପମାତ୍ରା ୩୦ ଡିଗ୍ରୀ ସେଲ୍ସିୟସ ରଖାଯାଇ ଥାଏ l ଦୁବାଇ ର ଇଣ୍ଟରନେଶନାଲ ଏୟାର ପୋର୍ଟ ଠାରୁ ଏଠାରେ ପହଂଚିବା ପାଇଁ ୨୫ ମିନିଟ ସମୟ ଲାଗିଥାଏ l
ଏଠାରେ ସ୍ୱତନ୍ତ୍ର ଟ୍ରେନର ଙ୍କ ଦ୍ୱାରା ପାଣିର ସମସ୍ତ ଆଡଭେଞ୍ଚରସ ଜଳ କ୍ରୀଡା କରାଯାଇଥାଏ l ଏହି ପୁଲ ତଳେ ଫିଲ୍ମ ଷ୍ଟୁଡ଼ିଓ ଟିଏ ମଧ୍ୟ ରହିଛି l କେହିବି ବିଶ୍ୱାସ କରିବେ ନାହିଁ ପାଣି ତଳେ ଲୁଚି ରହିଛି ଗୋଟିଏ ଏତେ ସୁନ୍ଦର ସହର l ଏହି ସୁଇମିଙ୍ଗ ପୁଲ ଭିତରେ ଭୋଜନ ପାଇଁ ରେଷ୍ଟୁରାଣ୍ଟ ମଧ୍ୟ ରହିଛି l ଏହି ପାଣି ତଳେ ରହିବା ପାଇଁ ଗେଷ୍ଟ ହାଉସ ମଧ୍ୟ ରହିଛି l ଯେଉଁଠି ଅତି ବେଶୀରେ ୧୨ ଜଣ ରାତ୍ରୀ ଯାପନ କରି ପାରିବେ ।