ରାମାୟଣର ରୋଚକ କଥା : ପ୍ରଭୁ ଶ୍ରୀ ରାମ ଓ ମା ସୀତାଙ୍କ ବିଛେଦ ସମୟରେ ହନୁମାନ କେଉଁ ବଳିଷ୍ଠ ଭୂମିକା ନିର୍ବାହ୍ କରି ମିଳନର ସୁତ୍ର୍ ଧର ସାଜି ଥିଲେ
ପ୍ରତାପ ଚନ୍ଦ୍ର ସାହୁ : ପ୍ରଭୁ ଶ୍ରୀ ରାମ ଓ ମା ସୀତା ଦେବି ଙ୍କ ବିଛେଦ ସମୟ ରେ ଶ୍ରୀ ହନୁମାନ ସତରେ ଯେଉଁ ବଳିଷ୍ଠ ଭୂମିକା ନିର୍ବାହ୍ କରି ମିଳନ ର ସୁତ୍ର୍ ଧର ସାଜି ଥିଲେ ଓ ସଂଯୋଜକ ଭାବେ ତାଙ୍କର୍ କାର୍ଯ୍ୟ ବାସ୍ତବ ରେ ଅବିସ୍ମରନିୟ୍। ସେଇଥିପାଇଁ ତ୍ ଶ୍ରୀ ହନୁମାନ ,ପ୍ରଭୁ ଶ୍ରୀ ରାମ ଓ ମା ସୀତା ଙ୍କର ସର୍ବଦା ଆଦରନିୟ୍। ଶ୍ରୀ ହନୁମାନ ହେଉଛନ୍ତି ପ୍ରଭୁ ଶ୍ରୀ ରାମ ଓ ମାତା ସୀତା ଙ୍କ ର୍ ମିଳନ ର ସୁତ୍ରଧର୍। ପ୍ରଭୁ ହନୁମାନ ଙ୍କୁ ପୂଜା ଅର୍ଚ୍ଚନା କଲେ ପ୍ରଭୁ ଶ୍ରୀ ରାମ ବି ସନ୍ତୁଷ୍ଟ ହୋଇଥାନ୍ତି। ପରିବାରିକ୍ ସୁଖ ଶାନ୍ତି ତଥା ସୌଭାଗ୍ୟ ବୃଦ୍ଧି ଘଟି ଥାଏ ବୋଲି ବିଶ୍ୱାସ ରହିଛି,ହନୁମାନ ଙ୍କୁ ଭକ୍ତି ଅର୍ଘ୍ୟ୍ ଅର୍ପଣ କଲେ। ଏଥିରେ ତିଳେ ମାତ୍ର୍ ସନ୍ଦେହ ନାହିଁ। ପ୍ରତିକୁଲ ପାରିବାରିକ ପରିସ୍ଥିତି ଉଭେଇ ଯାଏ। ମହାବିଷୁବ ସଂକ୍ରାନ୍ତି ଦିନ ଶ୍ରୀ ହନୁମାନ ଙ୍କର ଜୟନ୍ତୀ ପାଳନ କରାଯାଏ।ଏହି ଦିନ ମଧ୍ୟ ଓଡ଼ିଆ ନବ ବର୍ଷ ପାଳନ କରାଯାଏ ।ସମସ୍ତ ଅଶାନ୍ତ ପରିବେଶ ର ଜ୍ ନ୍ କ୍ ସାଧାରଣ ତ ଶନି ଓ ମଙ୍ଗଳ ହୋଇଥିଲେ ହେଁ ପ୍ରଭୁ ହନୁମାନ ଙ୍କ କୃପାରୁ ସବୁ କିଛି ପ୍ରତିହତ୍ ହୋଇଯାଇ ଥାଏ।
ଏହି ଦୁଇ ବିଚ୍ଛେଦ୍ ଗ୍ରହ ଙ୍କ ଭୂମିକା କୁ ପ୍ରଭୁ ହନୁମାନ ପ୍ରତିହତ୍ କରି ମିଳନ ର ସୁତ୍ର୍ ଧର ଭାବେ ଶ୍ରୀ ହନୁମାନ ଙ୍କ ଭୂମିକା ଅତୀବ ପ୍ରସନ୍ସନିୟ୍ ଓ ସ୍ମରଣୀୟ। ହନୁମାନ ଙ୍କ ଆସ୍ରିତ୍ ବ୍ୟକ୍ତି ବିଶେଷ ଙ୍କୁ ଶନି କି ମଙ୍ଗଳ କିଛି କ୍ଷତି କରି ପାରି ନ୍ ଥାନ୍ତି। ପ୍ରଭୁ ଶ୍ରୀ ହନୁମାନ ଦୁର୍ଦ୍ଦିନ୍ ବେଳେ ଠିଆ ହୋଇ ବଳିଷ୍ଠ କାର୍ଯ୍ୟ ନିର୍ବାହ୍ କରି ପ୍ରଭୁ ଶ୍ରୀ ରାମ ଙ୍କୁ ମାତା ସୀତା ଦେବି,ଅଯୋଧ୍ୟା ସିଂହାସନ,ନଗରୀ,ରାଜ ମୁକୁଟ,ଧନ ସମ୍ପତିଓ ଐସର୍ୟ ଲାଭ ହେଲା । ଏଥିରୁ ଅନୁମେୟ୍ ଯେ ହନୁମାନ ଙ୍କର ଆସ୍ରିତ୍ ବ୍ୟକ୍ତି ଜୀବନ ଚକ୍ର ର୍ ସମସ୍ତ ଦୁର୍ଦ୍ଦିନ୍,ଦୁଃଖ,ଓ ଦାରିଦ୍ର୍ୟ୍ ସୀମା କୁ ଅତିକ୍ରମ କରି ସୁଦିନ୍ ସୁଖ ପ୍ରାପ୍ତି କରି ଧନ ଜଣ ଗୋପ ଲକ୍ଷ୍ମୀ ଐସର୍ୟ୍ ରେ ଭର୍ ପୁର ରହେ। ସର୍ବ ହରା କୁ ବି ହନୁମାନ ଐସର୍ୟ୍ ଭରା ସମ୍ପଦ ର ମାଲିକ କରାଇ ବାରେ ସହାୟ୍ ହୋଇ ଥାନ୍ତି। ଭୂମି ହିନ୍ନ୍ କୁ ଭୂମି ପ୍ରାପ୍ତ ହୁଏ,ଘର ହିନ୍ନ୍ କୁ ଘର ପ୍ରାପ୍ତ ହୁଏ।
ତାଙ୍କୁ ସ୍ମରଣ କଲେ ତାଙ୍କରି ଚରନ ରେ ଆସ୍ରିତ୍ ନେଲେ ଯେ କୌଣସି ସଙ୍କଟ ରୁ ଉଦ୍ଧାର ହୋଇଥାଏ,ମାନବ।ସେ ହେଲେ ” ସଙ୍କଟ ମୋଚନ୍ ଦେବତା”। ପ୍ରାକୃତିକ ଦୁର୍ବିପକ୍ ହେଉ କି ଯେ କୌଣସି ମହମରି ରୁ କେବଳ ରକ୍ଷା କରି ପାରିବେ ସେଇ ପ୍ରଭୁ ଶ୍ରୀ ହନୁମାନ। ଏଣୁ ସମ୍ପ୍ରତିକ୍ ପରିସ୍ଥିତି ରେ ଆସନ୍ତୁ ସେଇ ହନୁମାନ ଙ୍କୁ ଆରାଧାନ କରିବା ,ସାଧନା କରିବା,ନିଜକୁ ସମପର୍ନ୍ ଓ ଭକ୍ତି ଅର୍ଘ୍ୟ୍ ନିବେଦନ କରିବା ସୁଖ ,ଶାନ୍ତି ସମ୍ରୁଦ୍ଧି ତଥା ଯେ କୌଣସି ସଙ୍କଟ ରୁ ଉଦ୍ଧାର ପାଇଁ। ଆଇନ କାନୁନ ଫାସ୍ ରେ ଛ ଣ୍ଡି ହୋଇଯାଇ ଥିଲେ ବି ତାଙ୍କୁ ସୁମରନା କଲେ ମୁକ୍ତି ମିଳି ଥାଏ। କୁହାଯାଏ ଆଇନ କାନୁନ ର ଲମ୍ବା ହାତ ହନୁମାନ ଆଶ୍ରିତ ବ୍ୟକ୍ତି କୁ ଛୁଇଁ ପାରେ ନାହିଁ। ହନୁମାନ ଙ୍କର ଆଶ୍ରିତ ବ୍ୟକ୍ତି ଅଚିରେ ସମସ୍ତ ଶତ୍ରୁ ଉପରେ ବିଜୟ୍ ଲାଭ କରି ବିଜୟ ଶ୍ରୀ ଉପାଧି ରେ ମଣ୍ଡିତ ହୋଇଥାଏ,ନିଃ ସନ୍ଦେହ ରେ। ତେଣୁ ଆଜିର ପବିତ୍ର ତାଙ୍କର ଜନ୍ମ ଜୟନ୍ତୀ ରେ ଓ ଓଡ଼ିଆ ନବ ବର୍ଷ ଅବସର ରେ ତାଙ୍କୁ ଧ୍ୟାନ,ଆରାଧନା,ପୂଜା ଅର୍ଚ୍ଚନା କରିବା।