Odisha news

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

0
ରମ୍ଭା :୦୯/୦୪
ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରେଇବା ଉଦ୍ଧେଶ୍ୟରେ ବିଭିନ୍ନ ପ୍ରକାର ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମମାନ  କରାଯାଉଛି। ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀ ମାନେ ସୁଯୋଗ ଓ ସୁବିଧା ଅଭାବ ଯୋଗୁଁ ଅନେକ ସମୟରେ ନିଜର କର୍ମ କୌଶଳ, ଦକ୍ଷତା ବିକାଶ ନକରିପାରି ରୋଜଗାରକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସମାଜର ଗଠନ ନିମନ୍ତେ ଯୁବଶକ୍ତି ଦ୍ଵାରା ଆବଶ୍ୟକ ଜ୍ଞାନକୌଶଳ, ଦକ୍ଷତା ସଠିକ୍ ସମୟରେ ଉପଲବ୍ଧ ହୋଇପାରୁନି। ବିକାଶଶୀଳ ଦେଶ ଅର୍ଥନୀତିର ପ୍ରଗତି ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି। ଭାରତ ବର୍ଷରେ ସବୁଠାରୁ ଅଧିକ ଯୁବସମାଜ ଗ୍ରାମାଞ୍ଚଳରେ ବାସ କରନ୍ତି। ତେଣୁ ଏହି ଯୁବଶକ୍ତି କୁ ଆବଶ୍ୟକ ଥିବା କର୍ମ ଦକ୍ଷତା ତଥା ଜ୍ଞାନ ଯୋଗେଇଦେଇ ରୋଜଗାରକ୍ଷମ କରି ଦେଶର ଅର୍ଥନୀତିକୁ ବିକାଶଶୀଳ କରିବା ଲକ୍ଷ୍ୟରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଅଭିନବ ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ନେହେରୁ ଯୁବ କେନ୍ଦ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆନୁକଲ୍ୟ ଓ ଗଞ୍ଜାମ ବ୍ଲକ ର ଅଗ୍ରଣୀ ଯୁବକ ସଂଘ ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ସହାୟତାରେ ଗଞ୍ଜାମ ସହରର ରିଷ୍ଠ୍ ଶିକ୍ଷାନୁଷ୍ଠାନ ରେ ତିନିମାସିଆ ମାଗଣା କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ତିରିଶ ରୁ ଉର୍ଦ୍ଧ ଯୁବକ ଓ ଯୁବତୀ ପ୍ରଶିକ୍ଷଣ ନେଇଥିଲେ। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ  ସନାତନ ବେହେରା, ମୁଖ୍ୟବକ୍ତା ରୂପେ ଯୁବ ସଂଗଠକ  ଡି. ଦେବହରି ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ରିଷ୍ଠ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଭାତ ରେଡି, ସନ୍ତୋଷ ରେଡି ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ସଭାପତି ଉମାକାନ୍ତ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଶ୍ରୀ ରେଡ଼ି ଜ୍ଞାନକୌଶଳ ତଥା ଦକ୍ଷତା ବିକାଶ କରିବା ପାଇଁ ଯୁବକ ଯୁବତୀ ମାନଙ୍କୁ ଗପ ମାଧ୍ୟମରେ ଉତ୍ସାହିତ କରିବା ସହ ଯୁବାବସ୍ଥା ହିଁ ଜ୍ଞାନ ଆହୋରଣ ନିମନ୍ତେ ପ୍ରକୃଷ୍ଠ ସମୟ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ଅର୍ଜନ କରିଥିବା କୌଶଳ ଓ ଦକ୍ଷତା କେବଳ ନିଜ ପାଖରେ ସୀମିତ ନରଖି ସମାଜର ମଙ୍ଗଳ ନିମନ୍ତେ ପ୍ରୟୋଗ କରିବା ଉଚିତ୍ ବୋଲି ବକ୍ତବ୍ୟ ରଖି ଥିଲେ।ଶେଷରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଯୁବକ ଯୁବତୀ ମାନଙ୍କୁ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ସମ୍ପାଦିକା ସୁଶ୍ରୀ ବିଜୟ ଲକ୍ଷ୍ମୀ ମହାଙ୍କୁଡ ଓ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ ପରିଚାଳନା ଓ ଉପସଭାପତି  ରାକେଶ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
Leave A Reply