ଏହିସବୁ କାରଣରୁ ପେଟରେ ଉପୁଜି ଥାଏ ଗ୍ୟାସ ସମସ୍ୟା : ଏହିସବୁ ଘରୋଇ ଉପାୟ ଦ୍ୱାରା ତୁରନ୍ତ ଗ୍ୟାସ ସମସ୍ୟାରୁ ଆରାମ ପାଆନ୍ତୁ
ଅନେକ ସମୟରେ କିଛି ନିର୍ଦ୍ଧିଷ୍ଟ କାରଣ ନଥାଇ ମଧ୍ୟ ପେଟରେ ଗ୍ୟାସ ସମସ୍ୟା ଦେଖା ଦେଇଥାଏ l ଏହାଛଡା ପେଟର ଗ୍ୟାସ ସମସ୍ୟା କୌଣସି ନିର୍ଦ୍ଧିଷ୍ଟ କାରଣ ପାଇଁ ମଧ୍ୟ ହୋଇଥାଏ ତାହା ଆମେ ଠିକ ଭାବରେ ଜାଣି ନଥାଉ l ଗ୍ୟାସ ହେବା ସମୟରେ ଆମେ ଠିକ ଭାବରେ ନା ବସିପାରୁ ନା ଶୋଇପାରୁ ନା କୌଣସି କାମରେ ମନ ଲାଗିଥାଏ l ତେଣୁ ଆସନ୍ତୁ ପ୍ରଥମେ ଜାଣିବା ଗ୍ୟାସ ହେବାର କାରଣ ଗୁଦିନ କଣ l
ପେଟରେ ଗ୍ୟାସ ହେବାର କାରଣ –
– ସକାଳୁ ଖାଲି ପେଟରେ ଚା ପିଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା କିମ୍ବା ଏସିଡ଼ିଟି ସମସ୍ୟା ଦେଖିବାକୁ ମିଳିଥାଏ l
– ଲାକଟୋସ ଯୁକ୍ତ ଦୁଗ୍ଧ କିମ୍ବା ଦୁଗ୍ଧରେ ପ୍ରସ୍ତୁତ ଜିନିଷ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ମଧ୍ୟ ଗ୍ୟାସ ହୋଇଥାଏ l
– କିଛି ଲୋକଙ୍କର ଅଧିକ ଦୃତ ବେଗରେ ଖାଦ୍ୟ ଖାଇବାର ଅଭ୍ୟାସ ରହିଥିଲେ l
– ପାଚନ ସମସ୍ୟାରେ ଅସୁବିଧା କାରଣରୁ ପେଟରେ ଗ୍ୟାସ ସମସ୍ୟା ଦେଖା ଦେଇଥାଏ l କାରଣ ଖାଦ୍ୟ ହଜମ ନହେଲେ ଗ୍ୟାସ ହୋଇଥାଏ l
– ତୈଳ ଯୁକ୍ତ ଖାଦ୍ୟ , ଜଙ୍କ ଫୁଡ , ରାତିରେ ଡେରିରେ ଖାଇବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦେଖା ଦେଇଥାଏ l
ଗ୍ୟାସ ରୁ ଦୁରେଇ ରହିବାର ଘରୋଇ ଉପାୟ :
* ଉଷୁମ ପାଣି ଓ ଖଣ୍ଡିଏ ଅଦାକୁ ଚୋବାଇ ଖାଇବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦୂର ହୋଇଥାଏ l
* ପାନ ମଧୁରୀ ପାଣି ପେଟର ସମସ୍ତ ସମସ୍ୟାକୁ ଦୂର କରିଥାଏ l ପ୍ରତିଦିନ ରାତିରେ ପାନ ମଧୁରୀ କୁ ପାଣିରେ ପକାଇ ରଖି ଦିଅନ୍ତୁ l ସକାଳୁ ତାହାକୁ ଛାଣି ପିଇ ନିଅନ୍ତୁ l ଯାହାଦ୍ୱାରା ଗ୍ୟାସ ସମସ୍ୟାରୁ ଆରାମ ପାଇବେ l
* ସକାଳୁ ସାମାନ୍ୟ ଚଲାବୁଲା କରିବା କିମ୍ବା ବ୍ୟାୟାମ ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟାକୁ ଦୂରେଇ ପାରିବେ l
* ପ୍ରତିଦିନ ସକାଳୁ ପୁଦିନା ପତ୍ର କଞ୍ଚା ଚୋବାଇ ଖାଆନ୍ତୁ ଗ୍ୟାସ ସମସ୍ୟାରୁ ଆରାମ ମିଳିବ l