Odisha news

ଲୋକାର୍ପିତ ହେଲା ଦାନଗଦିର ବହୁ ପ୍ରତୀକ୍ଷିତ ବିଦ୍ୟୁତ ଷ୍ଟେସନ

0
ଦାନଗଦି, ତା ୮/୪   : ବାରମ୍ବାର ବିଦ୍ୟୁତ କାଟ୍ ପାଇଁ ସମସ୍ୟା ଭୋଗୁଥିବା ଦାନଗଦି ମୁଖ୍ୟାଳୟ ସଂଲଗ୍ନ ଗ୍ରାମ ଗୁଡିକୁ ନିରବିଚ୍ଛିନ୍ନ ସେବା ଯୋଗାଇ ଦେବା ପାଇଁ ବହୁ ପ୍ରତୀକ୍ଷିତ ବିଦ୍ୟୁତ ଷ୍ଟେସନ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି l ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚନା ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଉପାଧ୍ଯକ୍ଷ ଅଜୟ କୁମାର ବିନ୍ଧାଣୀ, ଜିଲା ପରିଷଦ ସଭ୍ୟା ସୁଚିତ୍ରା ବିଶ୍ଵାଳ, ତ୍ରିଜଙ୍ଗା ସରପଞ୍ଚ କାଗଜି ପାତ୍ର ଓ ସମିତି ସଭ୍ୟା ସସ୍ମିତା ପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ l ବିଦ୍ୟୁତ ବିଭାଗ ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ଏ. ସି ବିଭୁ ରଞ୍ଜନ ସାହୁ, ଏସଡିଓ ପାର୍ଥ ସାରଥି ଦାସ ଓ କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ସାହୁ ଉପସ୍ଥିତ ରହିଥିଲେ l ୩୩ କେଭି ବିଦ୍ୟୁତ ସରବରାହକୁ ୧୧ କେଭି ରେ ପରିବର୍ତ୍ତନ କରାଯାଇ ଦାନଗଦି ନିକଟ ୪ଟି ପଞ୍ଚାୟତର ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାକୁ ବ୍ୟବସ୍ଥିତ କରିବା ପାଇଁ ସୋଲେଇ ଠାରେ ଏହି ପ୍ରକଳ୍ପ ନିର୍ମାଣ ଚାଲିଥିଲା l
Leave A Reply