Odisha news

ନବୀନ ନିବାସରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା , ଉପାଧ୍ୟକ୍ଷ

0

କାକଟପୁର  8/4 ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ଵାଇଁ,  ବିଜେଡି ରାଜ୍ୟ ସମ୍ପାଦକ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଶୁକ୍ରବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ 5ଟି ସଚିବ ଭି କେ ପଣ୍ଡିଆନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।ସ୍ୱପ୍ନାରାଣୀ ସ୍ଵାଇଁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର 29 ନଂ ଜୋନରୁ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ।ସେହିପରି ସ୍ଵାଧୀନ କୁମାର ନାୟକ କାକଟପୁର ନିର୍ବାଚନ ମଣ୍ଡଳୀର  8ନଂ ଜୋନରୁ ନିର୍ବାଚିତ ହୋଇଥିଲେ।ପୁରୀ ଜିଲ୍ଲାର ୩୩ ଜଣ ମହିଳା ଓ ପୁରୁଷ ମାନେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ।ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱପ୍ନାରାଣୀ ସ୍ୱାଧୀନଙ୍କ ପ୍ରତି ଆସ୍ଥା ପ୍ରକଟ କରିବା ସହିତ ଦଳୀୟ ସଙ୍ଗଠନକୁ ମଜବୁତ  ଓ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଏହି ଗୁରୁ ଦାୟିତ୍ୱ ଦେଇଥିବା ଉପାଧ୍ୟକ୍ଷ ସ୍ଵାଧୀନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ଏଥି ସହିତ5ଟି ସଚିବ ଭି କେ ପଣ୍ଡିଆନ ଓ  ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ସ୍ୱପ୍ନାରାଣୀ ସ୍ଵାଇଁ ଓ ସ୍ଵାଧୀନ କୁମାର ନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାପଡିଛି l କାକଟପୁର ବିଜେଡି କାର୍ଯ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜଣା ଯାଇଛି l

Leave A Reply