ଭଞ୍ଜନଗର–ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଢିମିରିଝୋଳି ଗ୍ରାମ ନିକଟ ପଥରଗଣ୍ଡ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରେ ପ୍ରେମିଯୁଗଳଙ୍କ ମୃତ ଦେହ ଉଧାର । ଯୁବକ ଜଣକ ହେଲେ ଲିପୁ ମଲ୍ଲିକ ଏବଂ ପ୍ରେମିକା ପ୍ରତିମା ପ୍ରଧାନ । ଏମାନଙ୍କ ଘର ଢିମିରିଝୋଳି ବୋଲି ଜଣାପଡିଛି । ଖବର ନେବାରେ ପ୍ରତିମା ଓ ଲିପୁ କିଛି ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସଂର୍ପକ ଗଢି ଉଠିଥିଲା । ଏହା ଭିତରେ ଲିପୁ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲ । ଲିପୁ ଦଣ୍ଡଯାତ୍ରା ଦେଖିବାକୁ ପାଇଁ , ଗତ କିଛି ଦିନ ପୂର୍ବରୁ ଗ୍ରାମକୁ ଫେରିଥିଲା । ଗୁରୁବାର ମଧ୍ୟରାତ୍ରରେ ଗାଁ ନିକଟ ଝାଲିଆଗୋଛା ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ ଉଭୟେ । ପ୍ରତିମା ଓ ଲିପୁ ଦୁହେଁ ସକାଳ ପର୍ଯ୍ୟନ୍ତ , ଘରକୁ ଫେରି ନ ଥିଲେ ।ଏହି ଘଟଣାକୁ ନେଇ ଦୁହିଁଙ୍କ ପରିବାର ଖୋଜାଖୋଜି କରିଥିଲେ । ଅପରାହ୍ନ ୪ ଟା ସମୟରେ ଢିମିରିଝୋଳି ଜଙ୍ଗଲରେ ପ୍ରେମିଯୁଗଳର ମୃତ୍ୟୁ ଦେହ ଝୁଲୁଥିବା ନେଇ , ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରାକୁ ଜଣାଇଥିଲେ । ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ଘଟଣାସ୍ଥଳରେ ପହଞ୍ଚି ପ୍ରେମିଯୁଗଳ ଙ୍କ ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ଥିଲେ । ଏ ସଂକ୍ରାନ୍ତରେ ତାରସିଂ ଥାନାରେ ୫/୨୨ରେଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ , ଘଟଣା ର ତଦନ୍ତ ଚାଲିଥିବା , ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି ।