Odisha news

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା : ନୀଳଗିରି ଆଇଆଇସି, ତଦନ୍ତକାରୀ ଅଧିକାରୀଙ୍କୁ ବଦଳି

0

ଭୁବନେଶ୍ବର : ନୀଳଗିରିର ସମ୍ବାଦ ତଥା କନକ ଟିଭି ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ପୁଲିସର ଅମାନୁଷିକ ଅତ୍ୟାଚାରକୁ ନେଇ ସବୁ ମହଲରେ ବିରୋଧ ପ୍ରକାଶ ପାଇବା ପରେ ପୁଲିସ ପ୍ରଶାସନ ପକ୍ଷରୁ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏ ସମ୍ପର୍କରେ ପୂର୍ବାଞ୍ଚଳ ରେଞ୍ଜ୍ ଇନଚାର୍ଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ତେବେ ସଂପୃକ୍ତ ଆଇଆଇସିଙ୍କୁ ନିଲମ୍ବନ କରିବା ବଦଳରେ କେବଳ ବଦଳି କରାଯିବାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ ଗତକାଲି ନୀଳଗିରି ପୁଲିସ ପକ୍ଷରୁ ସାମ୍ବାଦିକ ଦଳେଇଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା ଜଣାପଡ଼ିବା ପରେ ସମଗ୍ର ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣାକୁ ଏଡିଟର୍ସ ଗିଲଡ ପକ୍ଷରୁ ନିନ୍ଦା କରି ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପତ୍ର ଲେଖାଯାଇଛି । ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ପୂର୍ବାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଛନ୍ତି ।

Leave A Reply