Odisha news

ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନଠାରେ ପ୍ରସ୍ତୁତି ବୈଠକ

0

ନର୍ଲା : ରୁପ୍ରାରୋଡ ରେଳଷ୍ଟେସନ ରେ ରହିଆସିଥିବା ଟ୍ରେନ୍ ଗୁଡିକ ଲକଡାଉନ ସମୟରେ ଯାହାକି 30 ଏପ୍ରିଲ 2020 ରୁ ବନ୍ଦ ହୋଇ ଯାଇଥିବା ବେଳେ ଜୁଲାଇ 2020 ରେ ପୁଣି ସମସ୍ତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ରୁପ୍ରାରୋଡ ଷ୍ଟେସନରେ ରହିଆସିଥିବା ଟ୍ରେନ୍ ଗୁଡିକ ଆଉ ରହିଲା ନାହିଁ ଯାହା ଫଳରେ ଲୋକେ ନାହି ନ ଥିବା ର ଅସୁବିଧା ଭୋଗୁଛନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ସମଗ୍ର ଅଂଚଳ ବାସୀ ବିଭାଗୀୟ ଅଧିକାରୀମାନଙ୍କୁ ତଥା ରେଳମନ୍ତ୍ରୀ ଓ ନେତାଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ହେଲେ କୋଣସି ସୁଫଳ ନ ମିଳିବାରୁ ରୁପ୍ରାରୋଡ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆସନ୍ତା 10 ତାରିଖ ଦିନ ରୁପ୍ରାରୋଡ ରେଳରୋକ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇ ଥିଲେ। ଯାହା ପାଇଁ ସ୍ଥାନୀୟ ରୁପ୍ରାରୋଡ ଅଗ୍ରସେନ ଭବନଠାରେ ସୁବାଷ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟେଠକରେ ନର୍ଲା ବ୍ଳକ ର ପ୍ରାୟ 14ଟି ସରପଞ୍ଚ, 14ଟି ସମିତି ସଭ୍ୟ ସହିତ ରାମପୁର ଓ କର୍ଲାମୁଣ୍ଡା ର ବ୍ଳକ ଅଧ୍ୟକ୍ଷ ସହିତ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ରୁପ୍ରାରୋଡ ସରପଂଚ ହେମନ୍ତ ଭୋଇ ଉପସ୍ଥିତ ଥିଲେ। ଉପଦେଷ୍ଟା ଓମପ୍ରକାଶ ଅଗ୍ରବାଲ, ଗୋବିନ୍ଦ ଖେତାନ, ରାଜେଶ ଦତ୍ତା, ଅଶୋକ ଅଗ୍ରବାଲ, ଦିନରାଜ ଅଗ୍ରବାଲ, ଶାନୁ ଶର୍ମା, ଭାରତ ମହାନ୍ତି, ରତନ ଅଗ୍ରୱାଲ, ଧିରେନ ଖେତାନ, ବଣ୍ଟି ଖେତାନ ଙ୍କ ସହିତ ପ୍ରାୟ ଅଂଚଳର 500 ରୁ ଊର୍ଦ୍ଧ୍ବ ଲୋକ ଯୋଗଦେଇ ଆନ୍ଦୋଳନ ର ରୁପରେଖା ପ୍ରସ୍ତୁତ କରିବା ସହିତ ସମସ୍ତ ଦୋକାନ ବଜାର ବନ୍ଦ କରି ଆନ୍ଦୋଳନ ରେ ଯୋଗ ଦେବାକୁ ଆହ୍ବାନ ଦେଇଥିଲେ ଏହା ସହିତ ରେଳ ଧାରଣା ରେ ବସି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବା ପାଇଁ ଆଲୋଚନା ହୋଇଥିଲା। ଶେଷରେ ଦିନରାଜ ଅଗ୍ରବାଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply