ବେତନଟୀ/ବୈଶିଙ୍ଗା : ବିଜେପିର ସେବା ସପ୍ତାହ ଉପଲକ୍ଷେ ବୈଶିଙ୍ଗା ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି। ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ବିଜେପିର ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଡାକ୍ତରଖାନାରେ ପହଞ୍ଚି ଥିଲେ। ଡାକ୍ତରଖାନାର ଡାକ୍ତର ଅମିତ ନାଏକ, ଡା: ସତ୍ୟପ୍ରକାଶ ଦାସ, ଡା:ପ୍ରଶନ୍ନ ପାତ୍ର , ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଗହଣରେ ପ୍ରସୂତୀ କକ୍ଷ, ଅନ୍ତଃ ବିଭାଗ ରୋଗୀ ମାନଙ୍କୁ ସାକ୍ଷାତ କରି ଭଲ ମନ୍ଦ ବୁଝିବା ସହିତ ଏହି ନେତା ମାନେ ଫଳ,ପାଉଁରୁଟି, ବିସ୍କୁଟ ଓ ପାଣି ବଣ୍ଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା , ଲକ୍ଷ୍ମୀଧର ଦଣ୍ଡପାଟ, ରତିକାନ୍ତ ମହାନ୍ତ, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ଉର୍ସଗ ବେହେରା , ସତ୍ୟବ୍ରତ ମହାପାତ୍ର, ପ୍ରଶାନ୍ତ ସାମଲ, ରବିନ ଦାଶ ଙ୍କ ସମେତ ବହୁ ବରିଷ୍ଠ ନେତା ସହଯୋଗ କରିଥିଲେ।