Odisha news

ବୈଶିଙ୍ଗା ପଞ୍ଚାୟତ କଦଳୀଆ ଠାରେ ସିଦ୍ଧ ମହାବୀରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
ବେତନଟୀ/ବୈଶିଙ୍ଗା :  ବୈଶିଙ୍ଗା ପଞ୍ଚାୟତ ଅଧୀନ କଦଳୀଆ ଗ୍ରାମର କିଛି ବଦାନ୍ୟ ବ୍ୟକ୍ତିଙ୍କ ଦାନ ଓ ପ୍ରଚେଷ୍ଟା ତଥା ମହାବୀର ସେବକ ସମାଜର କର୍ମକର୍ତ୍ତାଙ୍କ ସହଯୋଗରେ ୨୦୦୭  ମସିହାରେ ଗ୍ରାମର ଶୀତଳା ମଣ୍ଡପ ନିକଟରେ ସିଦ୍ଧ ମହାବୀର ଙ୍କ ମନ୍ଦିର ନିର୍ମାଣ କରାଯାଇ ଥିଲା। ପୁରୀ ସମେତ ବିଭିନ୍ନ ସ୍ଥାନରୁ ଚାରି ବେଦର ବୈଦିକ ବ୍ରାହ୍ମଣଙ୍କ ଦ୍ଵାରା ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା. I ସେହିଦିନ ଠାରୁ ପ୍ରତିବର୍ଷ ଏପ୍ରିଲ ୩,୪,୫ ତିନିଦିନ ଧରି ହନୁମାନ ଜୀ ଙ୍କର ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ୩ ତାରିଖ ରବିବର ଦିନ ଅଧିବାସ, ଅଙ୍କୁରାରୋପଣ କାର୍ଯ୍ୟ କରାଯାଇଥିଲା। ୪ ତାରିଖ ସୋମବର ୧o୮ ଘଟୋତ୍ତଳନ କରାଯାଇ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ଅଣାଯାଇଥିଲା। ସୂର୍ଯ୍ୟପୂଜା ତଥା ଅନ୍ୟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ଶ୍ରୀଶ୍ରୀ ସିଦ୍ଧ ମହାବୀର ହନୁମାନଜୀ ଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା କରାଯାଇଥିଲା।ଯଜ୍ଞମଣ୍ଡପରେ ପୁଷ୍କରିଣୀରୁ ଅଣାଯାଇଥିବା ପୂର୍ଣ୍ଣ ଘଟ ଗୁଡ଼ିକୁ ପୂଜାର୍ଚ୍ଚନା କରାଯିବା ପରେ ଯଜ୍ଞକୁଣ୍ଡକୁ ସଂସ୍କାର କରାଯାଇ ଘୃତ ଯଜ୍ଞ ଆରମ୍ଭ କରାଯାଇଥିଲା। କର୍ତ୍ତା ଭାବେ ଜୟନ୍ତ ମହାପାତ୍ର, ସୁକାନ୍ତ ମହାପାତ୍ର, ରତିକାନ୍ତ ପାଢୀ, ପ୍ରୀୟନାଥ ପାଣି, ମନୋଜ ପୁହାଣ ପ୍ରମୁଖ ଧର୍ମ ପତ୍ନୀ ଙ୍କ ସହିତ ଯଜ୍ଞ ରେ ଆହୁତୀ ପ୍ରଦାନ କରିଥିଲେ। ୫ ତାରିଖ ମଙ୍ଗଳବାର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ମାନସିକ ପୂରଣ ପାଇଁ ଘୃତ, ନାରିକେଳ , ସମିଧ ଆଦି ଯଜ୍ଞ କୁଣ୍ଡରେ ପ୍ରକ୍ଷେପଣ କରିଥିଲେ।ବିଶିଷ୍ଟ ଅତିଥିଭାବେ ପୋଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ, ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା , ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର, ଜଗନ୍ନାଥ ମଲ୍ଲିକ, ବିଶ୍ଵନାଥ ହେମ୍ବ୍ରମ, ସ୍ଥାନୀୟ ବିଧାୟକ ସନାତନ ବିଜୁଳୀ, ବ୍ରଜମୋହନ ବେହେରା, ରବିନାରାୟଣ ପଣ୍ଡା, ବିନୋଦ ସିଂହ, ପ୍ରମୁଖ ସିଦ୍ଧ ମହାବୀର ଙ୍କ ଦର୍ଶନ, ପୂଜା ଓ ଯଜ୍ଞସ୍ଥଳ ପରିଦର୍ଶନ କରିଥିଲେ। ଦୈନିକ ସନ୍ଧ୍ୟାରେ ପ୍ରବଚକ ମାନଙ୍କ ଦ୍ଵାରା ଆଧ୍ଯାତ୍ମିକ ଚିନ୍ତନ, ମନ୍ଥନ, ପ୍ରବଚନ କାର୍ଯ୍ୟକ୍ରମ ମାଧ୍ୟମରେ ଚର୍ଚ୍ଚା କରାଯାଉଥିଲା। ମହାବୀର ସେବକ ସମାଜର ସଦସ୍ୟ ସର୍ବଶ୍ରୀ ଜଗନ୍ନାଥ ଦଳେଇ, ଅମୂଲ୍ୟ ପାଣିଗ୍ରାହୀ, ସଞ୍ଜିତ ଦାସ, ଦିଗାମ୍ବର ପ୍ରଧାନ, କରୁଣାକର ମନ୍ତ୍ରୀ, ଖଗେଶ୍ଵର ରାଉଳ, ପ୍ରମୂଖ ସହଯୋଗ କରିଥିଲେ।ଏହି ଅବସରରେ ଶେଷ ଦିବସରେ ମହାବୀର ସେବକ ସମାଜ ତରଫରୁ ଏସ ଡି ପି ଓ ସୁଦର୍ଶନ ଦାଶ ଏବଂ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Leave A Reply