Odisha news

କାର୍ କାଚ ଭାଙ୍ଗି ନେଇଗଲେ ଅଢେଇ ଲକ୍ଷ

0

ଭୁବନେଶ୍ୱର,(ନି.ପ୍ର): କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜିନଗରରେ ଠୁଆ ହୋଇଥିବା ଏକ କାର୍ର କାଚକୁ ଭାଙ୍ଗି ଗୁରୁବାର ଲୁଟେରା ଅଢେଇଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ପୁଅ ନୂଆ ଘର ନେଇଥିବାରୁ ବାପା ଓ ପରିବାର ସଦସ୍ୟ ବାପୁଜିନଗର ଅଞ୍ଚଳରେ ମାର୍କେଟିଂ କରୁଥିଲେ । ସେମାନେ ପାର୍କିଂ ସ୍ଥଳରେ କାରକୁ ରଖିବା ସହ କାର୍ ଭିତରେ ଅଢେଇ ଲକ୍ଷ ଟଙ୍କା ରଖିଥବଲେ । ତାଙ୍କୁ ପିଛା କରୁଥିବା ଲୁଟେରା ସୁଯୋଗ ଉଣ୍ଡି କାରର ଆଗ କାଚକୁ ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିଲେ ମଧ୍ୟ ଲୁଟେରାଙ୍କ ସମ୍ବଦ୍ଧରେ ସୂଚନା ମିଳି ନାହିଁ । ଏଟିଏମ୍ ମେସିନ୍ ସହ ୨୦ ଲକ୍ଷ ଟଙ୍କା ଲୁଟେରା ଲୁଟି ନେଇଥିବାବେଳେ ସେମାନଙ୍କୁ ଗିରଫ କରିବାପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଲୁଟେରାଙ୍କ ସନ୍ଧାନ ମିଳିନଥିବାବେଳେ, ପୁଣି ମାର୍କେଟିଂ କରୁଥିବା ଲୋକଙ୍କ କାର୍ ଭାଙ୍ଗି ଟଙ୍କା ଲୁଟିନେବା ଘଟଣା ଚର୍ଚ୍ଚା ହେଉଛି ।

Leave A Reply