Odisha news

ନୟାଗଡ଼ ପୌରାଚଂଳ ଉପାଧ୍ୟକ୍ଷ ହେଲେ ଗୁରୁ ପ୍ରସାଦ ଜେନା

0

ନୟାଗଡ଼ ; ନୟାଗଡ଼ ପୌରାଚଂଳ ଉପାଧ୍ୟ ଭାବେ ଗୁରୁ ପ୍ରସାଦ ଜେନା ନିର୍ବାଚିତ ହୋଇଛନ୍ତି । ଉକ୍ତ ଆସନ ପାଇଁ ଏକମାତ୍ର ପ୍ରାର୍ଥୀ ରୂପେ ଗୁରୁ ପ୍ରସାଦ ନିର୍ବାଚିତ ହୋଇଥିବା ବେଳେ ସେ’ ଏଥି ପୂର୍ବରୁ ନୟାଗଡ଼ ଏନ୍ ଏ ସି ଅଧ୍ୟକ୍ଷ ରହିଥିଲେ । ନୟାଗଡ଼ ପୌର ପରିଷଦ ଘୋଷଣା ପରେ ପ୍ରଥମଥର ପାଇଁ ଅଧ୍ୟକ୍ଷ ରୂପେ ନିରୁପମା ଖଟ୍ଟେଇ ଜନ ସମର୍ଥନ ହାସଲ କରି ସମ୍ମାନଜନକ ଆସନରେ ବସିଥିବା ବେଳେ ଦଳୀୟ ନିଷ୍ପତ୍ତିରେ ଗୁରୁ ପ୍ରସାଦଙ୍କୁ ଭାଇସ୍ ଚେୟାରମ୍ୟାନ ପଦବୀ ପ୍ରଦାନ କରାଯାଇଛି । ୧୬ ୱାର୍ଡ କୁ ନେଇ ଗଠିତ ନୟାଗଡ଼ ମୁନିସ୍ପାଲିଟି ଭାଇସ୍ ଚେୟାରମ୍ୟାନ ନିର୍ବାଚନରେ ସମସ୍ତ କାଉନସିଲର, ଚେୟାରମ୍ୟାନ ନିରୁପମା ଖଟ୍ଟେଇ, ନିର୍ବାଚନ ଅଧିକାରୀ ଲଗ୍ନଜିତ ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗୁରୁ ପ୍ରସାଦ ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ଦଳୀୟ ବିଶ୍ୱସକୁ ଅତୁଟ ରଖିବା କରିଛନ୍ତି । ପୂର୍ବପରି ନଗରବାସୀଙ୍କ ସେବା କାର୍ଯ୍ୟକୁ ଅଗ୍ରାଧିକାର ଦେବା କହିଛନ୍ତି ନବନିର୍ବାଚିତ ଭାଇସ୍ ଚେୟାରମ୍ୟାନ ଗୁରୁ ପ୍ରସାଦ ଜେନା ।

 

Leave A Reply