Odisha news

ଏହିସବୁ ଘରୋଇ ଉପାୟ ଦ୍ୱାରା ଆପଣ ନିଜର କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ ରଖିପାରିବେ

0

ଆଜିକାଲି ର ଜୀବନ ଶୈଳୀ ସମସ୍ତଙ୍କୁ କିଛି ନା କିଛି ରୋଗ ଦ୍ୱାରା ଆକ୍ରାନ୍ତ କରୁଛି l ସେଥିମଧ୍ୟରୁ ଗୋଟିଏ ହେଲା କୋଲେଷ୍ଟ୍ରଲ l ପ୍ରତି ୧୦ ଜଣାରେ ଜଣେ କୋଲେଷ୍ଟ୍ରଲ ରେ ପୀଡିତ ରହୁଛନ୍ତି l ଯେଉଁ କାରଣରୁ ହୃଦଘାତ ସମସ୍ୟା ସହିତ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି l ତେଣୁ ସେଥିପ୍ରତି ଆମକୁ ବିଶେଷ ଭାବରେ ଜାଗ୍ରତ ରହିବାକୁ ପଡିବ l ବିଶେଷ ଭାବରେ ଖାଦ୍ୟପେୟ ବ୍ୟତୀତ କିଛିଟା ଘରୋଇ ଉପଚାର ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ରହିବ l

ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ଗୁଡିକ କଣ –

– ପିଆଜ ଦ୍ୱାରା ଉପଚାର : ପ୍ରତିଦିନ ସକାଳୁ ଗୋଟିଏ ଚାମଚ ପିଆଜ ରସରେ ଅଧ ଚାମଚ ମହୁ ମିଶାଇ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ରହିଥାଏ l ତା ସହିତ ହାର୍ଟ ମଧ୍ୟ ସୁସ୍ଥ ରୁହେ l

– ଅଳସି ମଞ୍ଜିର ପ୍ରୟୋଗ : ଅଳସି ରେ ଆଲଫ ଲିନାଲେନିକ ଏସିଡ ରହିଥାଏ ଯାହା କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ତେଣୁ ପ୍ରତିଦିନ ରାତିରେ ଅଳସି ମଞ୍ଜିକୁ ପାଣିରେ ବତୁରାଈ ସକାଳୁ ତାହାକୁ ଖାଲି ପେଟରେ ସେବନ କରିବା ଆବଶ୍ୟକ l

– ହଳଦୀର ବ୍ୟବହାର : ହାଇ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ରାତିରେ ହଳଦିଯୁକ୍ତ ଦୁଗ୍ଧ ସେବନ କରନ୍ତୁ ଓ ଏହି ଦୁଗ୍ଧ ବିନା ମଲାଈ ର ହୋଇଥିବା ଆବଶ୍ୟକ l

– ରସୁଣ ର ପ୍ରୟୋଗ : ପ୍ରତିଦିନ ସକାଳୁ ଖାଲି ପେଟରେ କଞ୍ଚା ରସୁଙ୍କୁ ଉଷୁମ ପାଣିରେ ଚୋବାଇ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ l

– ଅଁଳା ର ବ୍ୟବହାର : କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ଅଁଳା ଖୁବ ଉପଯୋଗୀ l କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଅଁଳା ସେବନ କରନ୍ତୁ l ଏହାକୁ ଆପଣ ଗୋଟା ଫଳ କିମ୍ବା ଜୁସ ମଧ୍ୟ ସେବନ କରି ପାରିବେ l

– ଗୋଟା ଧଣିଆ : ପ୍ରତିଦିନ ସକାଳୁ ଗୋଟା ଧଣିଆ କୁ ପାଣିରେ ଫୁଟାଇ ଖାଲି ପେଟରେ ସେବନ କରନ୍ତୁ l ଏହାଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ l

Leave A Reply