Odisha news

ବ୍ରହ୍ମଗିରି ଆଲାର ନାଥ ମହାବିଦ୍ୟାଳୟରେ ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ଦେଇ ଜୁଲୋଜି ବିଭାଗରେ ଅଧ୍ୟାପକ ନିଯୁକ୍ତି, ମାସକୁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ

0
ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଣସପଦା ଗ୍ରାମର ଜଣେ ଧୂର୍ତ ବ୍ୟକ୍ତି ଜାଲ ଶିକ୍ଷା ଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ଅଲାରନାଥ ଧନ୍ଦା ମୁଳକ ମହାବିଦ୍ୟାଲୟରେ ଜୁଲୋଜୀ ବିଭାଗରେ ଦୀର୍ଘ ୩୩ ବର୍ଷ ହେଲା ରାଜ୍ୟ ସରକାର ଆଖିରେ ଧୂଳି ଦେଇ ଚାକିରି କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଥିବା ଜଣା ପଡିଛି। ଏହି ଧୂର୍ତ୍ତ ବ୍ୟକ୍ତି ଜଣକ ପରିଚୟ ହେଲା ପଣସପଦା ଗ୍ରାମର ମୃତ ଭୀମସେନ ସାହୁଙ୍କ ପୁତ୍ର  ପ୍ରଦୀପ୍ତ କୁମାର ସାହୁ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ସେ ୧୯୭୮ ମସିହାର ପଣସପଦା ହରିହର ବିଦ୍ୟାପୀଠରେ ମାଟ୍ରିକ ପରୀକ୍ଷା ରେଗୁଲାର ଛାତ୍ର ଭାବେ ପରୀକ୍ଷା ଦେଇ ଥିଲେ।
ସେ ସର୍ବମୋଟ ୮ ଶହ ମାର୍କରୁ ୨୯୦ ନମ୍ବର ମାର୍କ ରଖି ଥାର୍ଡ ଡିଭିଜନରେ ପାସ କରି ଥିଲେ। ପରବର୍ତୀ ସମୟରେ ସେ ୧୮୯୮ ମସିହାରେ ବ୍ରହ୍ମଗିରି ଅଲାରନାଥ ଧନ୍ଦାମୁଳକ ମହାବିଦ୍ୟାଳୟରେ ଜୁଲୋଜୀ ବିଭାଗରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇ ଥିଲେ। ସେ ନିଯୁକ୍ତି ସମୟରେ ଚଂଚକତା ତଥା ଜାଲିଆତି କରି ନିଜ ସପକ୍ଷରେ ସେକେଣ୍ଡ ଡିଭିଜନ ମାଟ୍ରିକ ସାର୍ଟିଫିକେଟ ଓ ମାର୍କ ସିଟର ଯୋଗ୍ୟତା ପ୍ରମାଣ ପତ୍ର ଦାଖଲ କରି ଥିଲେ। ସେ ଉକ୍ତ ମାର୍କ ସିଟରେ ଜାଲିଆତି କରି ୨୯୦ ନମ୍ବର ପରିବର୍ତ୍ତେ ୪୬୮ ନମ୍ବର ଉଲ୍ଲେଖ କରିଥିଲେ। ସେହିପରି ନିରାକାରପୁର କ୍ଷେତ୍ରବାସୀ ଡିଏଭି  ମହାବିଦ୍ୟାଳୟରୁ ୧୯୮୦ ମସିହାରେ  +୨ ବିଜ୍ଞାନରେରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ୧୯୮୨ ମସିହାରେ +୩ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଅନର୍ସରେ ଉତିର୍ଣ୍ଣ ଏବଂ କଟକ ରେଭେନ୍ସା ମାବିଦ୍ୟାଳୟରୁ ୧୯୮୫ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରାଣୀ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇ ଥିବା ଜାଲ ଶିକ୍ଷା ଗତ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଇତି ମଧ୍ୟରେ ୩୩ ବର୍ଷ ଅତିକ୍ରାନ୍ତ ହେଲାଣି। ଶ୍ରୀ ସାହୁ ଅଧ୍ୟାପକରୁ ପଦୋର୍ଣତି ପାଇ ରିଡର୍ ହେଲେଣି। ତେବେ କିଛି ଦିନ ତଳେ ଏହି ଖବର ଜଣା ପଡିଥିଲା। ଘଟଣାର ସତ୍ୟତା ଜାଣିବା ପାଇଁ ସମୟ ଜିଲ୍ଲା ପ୍ରତିନିଧି ବିଶ୍ୱଜିତ୍ ପଟ୍ଟନାୟକ ସୂଚନା ଅଧିକାର ଆଇନ ବଳରେ ବ୍ରହ୍ମଗିରି ମହାବିଦ୍ୟାଳୟ,ଉତ୍କଳ ୟୁନିଭରସିଟି, ଭୁବନେଶ୍ୱର, ଓଡ଼ିଶା ବୋର୍ଡ ଓଫ ସେକେଣ୍ଡାରୀ ଏଡୁକେଶନ କଟକ ଏବଂ ହରିହର ବିଦ୍ୟାପୀଠ ପଣସ ପଦାକୁ ତଥ୍ୟ ମାଗି ଥିଲେ। କଟକ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱର ପକ୍ଷରୁ ସୂଚନା ଆଇନ ବଳରେ ପ୍ରଦାନ କରାଯାଇ ଥିବା ତଥ୍ୟରେ ପ୍ରଦୀପ୍ତ ଆଇଏସି ଏବଂ ଵିଏସି ଯୋଗ୍ୟତା ସମ୍ପର୍କିତ କୌଣସି ତଥ୍ୟ ନଥିବା ଜଣା ପଡିଛି। ସେହିପରି ପ୍ରଦୀପ୍ତ ଅଲାର ନାଥ ମହାବିଦ୍ୟାଳୟରେ ଦାଖଲ କରି ଥିବା ଶିକ୍ଷା ଗତ ଯୋଗ୍ୟତା ପ୍ରମାଣ ପତ୍ର ସାହି ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର ରେକର୍ଡ ମେଳ ଖାଉ ନ ଥିବା ମଧ୍ୟ ଜଣା ପଡିଛି। ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଦୀପ୍ତ ଜାଲ ଶିକ୍ଷା ଗତ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରି ଥିବା ଜଣା ପଡିଛି। ଅପରପକ୍ଷରେ ଏହି ଘଟଣାର ସତ୍ୟତା ଜଣା ପଡିବା ପରେ ଶ୍ରୀ ପଟ୍ଟନାୟକ ପ୍ରମୁଖ ସଚିବ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାର, ଜିଲ୍ଲାପାଳ ପୁରୀ, ପ୍ରିନ୍ସିସିପାଲ ଅଲାରନାଥ ଧନ୍ଦାମୁଳକ ମହାବିଦ୍ୟାଲୟ ,ବ୍ରହ୍ମଗିରିକୁ ପ୍ରଦିପ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇଛନ୍ତି।
Leave A Reply