ଭୁବନେଶ୍ବର, ୦୬।୦୪- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ନିର୍ମାଣ କାର୍ଯ୍ୟକୁ ଚାରିଆଡୁ ବିରୋଧ ଜାରି ରହିଥିବାବେଳେ ଶ୍ରୀମନ୍ଦିର ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଛି। ଏଏସଆଇ ନିଷିଦ୍ଧାଞ୍ଚଳ ଭିତରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଚିଠି ଦେଇଥିବା ଖୁଲାସା ପରେ ଓଡିଶାରେ ଶାସକ ଦଳର ମୁଖା ଖୋଲିଯାଇଛି ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଏବଂ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଏହି ଧ୍ବସଂଲୀଳା ତୁରନ୍ତ ବନ୍ଦ ହେଉ ବୋଲି ଦାବି କରିଛନ୍ତି। ଓଡିଆଙ୍କ ଭାବାବେଗକୁ ସମ୍ମାନ ଦେଇ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ।