Odisha news

ଏହିସବୁ ଛୋଟ ଛୋଟ ଭୁଲ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ ମା ଲକ୍ଷ୍ମୀ ହୋଇଯିବେ ଅସନ୍ତୁଷ୍ଟ

0

ଅଧିକାଂଶ ସମୟ ରେ ସାମାନ୍ୟ ଭୁଲ ଟିଏ ମଧ୍ୟ ମଣିଷକୁ ଧନୀ ରୁ ଗରିବ କରିଦେଇ ଥାଏ l ମହାନ ଅର୍ଥ ଶାସ୍ତ୍ରୀ ଚାଣକ୍ୟ ଏହିଭଳି କିଛିଟା ଭୁଲ କୁ ନେଇ ଆଲୋଚନା କରିଛନ୍ତି l କାରଣ ଆମେମାନେ ବେଳେବେଳେ ଏପରି କିଛି ଭୁଲ କରିଥାଉ ଯାହା ଆମକୁ କାଙ୍ଗାଳ କରି ଦେଇଥାଏ l ତେଣୁ ସେଥିପ୍ରତି ମଣିଷ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ l

ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ଯଦି ଅସନ୍ତୁଷ୍ଟ ହୋଇ ଥାଆନ୍ତି ତେବେ ଜୀବନରେ ଅନେକ ପ୍ରକାର ଅସୁବିଧା ଦେଖା ଦେଇଥାଏ l

– କିଛିଟା ଲୋକ ଏଭଳି ଥାଆନ୍ତି, ଯେଉଁମାନେ ଧନୀ ହୋଇଯିବା ପରେ ନିଜକୁ ଶକ୍ତିଶାଳୀ ଭାବି ବସନ୍ତି, ତେଣୁ ସେମାନେ ଏଭଳି କିଛି ଭୁଲ କରି ବସନ୍ତି ଯାହାର ପରିଣତି ସେମାନଙ୍କୁ ଭୋଗିବାକୁ ପଡିଥାଏ l କାରଣ ମଣିଷ ଧନୀ ହୋଇଗଲେ ଅହଂକାରୀ ହୋଇଯାଏ l ମଣିଷକୁ ତାର ଅହଂକାର ନଷ୍ଟ କରି ଦେଇଥାଏ l

– ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନିଜକୁ ଶକ୍ତିଶାଳୀ ଭାବି କୌଣସି ମହିଳାକୁ ନିର୍ଯ୍ୟାତନା ଦେଇଥାଏ ଓ ଅତ୍ୟାଚାର କରିଥାଏ , ତେବେ ଏହି ସ୍ଵଭାଵ ତାକୁ ଜୀବନ ସାରା ଦରିଦ୍ର କରି ଦେଇଥାଏ l ମହିଳା ମାନଙ୍କର ଅପମାନ କରିବା ଦ୍ୱାରା ଲକ୍ଷ୍ମୀଙ୍କ ନିକଟରେ ବ୍ୟକ୍ତି ଦୋଷୀ ହୋଇଯାଏ l

– କୌଣସି ଗରିବ କିମ୍ବା ଅସହାୟ ବ୍ୟକ୍ତିକୁ ହଇରାଣ କରିବା ଦ୍ୱାରା ଧନ ହାନି ହୋଇଥାଏ l କଦାପି ଗରିବ ବ୍ୟକ୍ତିଙ୍କୁ ହଇରାଣ କରନ୍ତୁ ନାହିଁ, ଏହାଦ୍ୱାରା ଆପଣଙ୍କ ଜୀବନ ରେ ବିପଦ ମାଡି ଆସିବ l

– ପିଲା ମାନଙ୍କୁ ଭଗବାନ ଙ୍କ ରୂପ ବୋଲି କୁହାଯାଏ l ଯଦି ଶିଶୁ ମାନଙ୍କୁ ଅତ୍ୟାଚାର କରାଯାଏ ତେବେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l କାରଣ ନିରୀହ ଶିଶୁମାନେ ସର୍ବଦା ଲକ୍ଷ୍ମୀଙ୍କ ରୂପ ଅଟନ୍ତି l

Leave A Reply