Odisha news

ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ : ରୋଗୀଙ୍କ ସହିତ ସ୍ବାସ୍ଥ୍ୟ ସେବା ସଂପର୍କରେ ଆଲୋଚନା କଲେ

0
ପୁରୀ: ଜିଲ୍ଲାପାଳ ସମର୍ଥ କୁମାର ବର୍ମା ଗୁରୁବାର ପୂର୍ବାହର୍ନରେ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ଦର୍ଶନ କରିଛନ୍ତି। ସେହିପରି  ଜିଲ୍ଲାପାଳ ବିଭିନ୍ନ ୱାର୍ଡ ବୁଲି ଦେଖି ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତର ଖାନାରେ ଯୋଗାଇ ଦିଆଯାଉ ଥିବା ମାଗଣା ସ୍ବାସ୍ଥ୍ୟ ସେବା ଗୁଡିକ ଠିକ ଭାବେ ରୋଗୀ ମାନେ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ରୋଗୀ ମାନଙ୍କୁ ପଚାରି ବୁଝି ଥିଲେ । ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବା କର୍ମଚାରୀମାନେ ରୋଗୀ ମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୱାର୍ଡ ଗୁଡ଼ିକ ଠିକ୍ ଭାବରେ ପରିଷ୍କାର ପରିଚ୍ଛନ୍ନ କରାଯାଉଛି କି ନାହିଁ ଆଦି ଜିଲ୍ଲାପାଳ ଅନୁଧ୍ୟାନ କରି ଥିଲେ। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ।
Leave A Reply