ଆମ ଜୀବନ ରେ ବିଦୁରଙ୍କ ନୀତିଶାସ୍ତ୍ର ର ଖୁବ୍ ମହତ୍ତ୍ଵ ରହିଛି । ଏହା ଜୀବନର ସଠିକ୍ ତଥ୍ୟ କୁ ଦର୍ଶାଇ ଥାଏ ଓ ଆମ ଜୀବନ କୁ ସଠିକ୍ ଭାବରେ ପ୍ରେରଣା ଯୋଗାଇ ଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ଆଜିର ବିଦୁର ନୀତି।
* ବନ୍ଧୁତ୍ୱ – ଅଧିକାଂଶ ଲୋକ ଖରାପ ଓ ଭଲ ସଂଗତି ରଖିବା ପାଇଁ ସଠିକ ଭାବରେ ବୁଝିପାରି ନଥାଆନ୍ତି, ଏମିତିରେ ବେଳେବେଳେ ଆମେ ଦୁଷ୍ଟ ଚରିତ୍ର ବ୍ୟକ୍ତିଙ୍କ ସହିତ ଆମେ ବନ୍ଧୁତା ସ୍ଥାପନ କରିଥାଉ, ଯାହା ଆମ ଭବିଷ୍ୟତ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିଥାଏ l ଆପଣ ଜାଣି ରଖିବା ଉଚିତ ବନ୍ଧୁତ୍ୱର ପ୍ରଭାବ ମଣିଷର ଦୈନନ୍ଦିନ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ l ଯଦି ଆପଣଙ୍କୁ ଜୀବନରେ ଗୋଟିଏ ଭଲ ବନ୍ଧୁ ମିଳିଥାଏ ତେବେ ଆପଣଙ୍କ ଜୀବନ ସୁଖମୟ ହୋଇଥାଏ, ଯଦି ଏହାର ବିପରୀତ ହୁଏ ତେବେ ଆପଣଙ୍କ ଜୀବନ ବର୍ବାଦ ହୋଇଯାଏ l
* ପତ୍ନୀ – ବିଦୁରଙ୍କ ନୀତି ଅନୁସାରେ ମଣିଷର ପତ୍ନୀ କୁଶଳ ଚରିତ୍ରର ଯଦି ହୋଇଥିବ ତେବେ ତାର ଘର ସ୍ୱର୍ଗ ରେ ପରିଣତ ହେବ l କାରଣ ଏଭଳି ପତ୍ନୀ ମାନେ ବିପାରତ ପରିସ୍ଥିତି ରେ ଢାଲ ଭାବରେ ସ୍ୱାମୀ ନିକଟରେ ଠିଆ ହୁଅନ୍ତି l ତେଣୁ ଯେଉଁ ବ୍ୟକ୍ତି ଜୀବନରେ ଗୋଟିଏ କୁଶଳୀ ପତ୍ନୀ ମିଳିଯାଏ ତା ଜୀବନ ର ସମସ୍ତ ସ୍ଥିତି ସୁଦୃଢ଼ ହୋଇଥାଏ l
* ଯୋଗ୍ୟ ସନ୍ତାନ – ଯୋଗ୍ୟ ସନ୍ତାନ ହେଉଛି ମାତାପିତା ଙ୍କ ଗର୍ବ ଓ ଗୌରବ l ସେ ନିଜ ପିତାମାତାଙ୍କ ପାଇଁ ନିଜ ଜୀବନ ବଳି ମଧ୍ୟ ଦେଇଥାଏ l ଯଦି ସନ୍ତାନ ବିପଥଗାମୀ ହୋଇଥାଏ ତେବେ ମାତାପିତା ଙ୍କ ଜୀବନର ଦୁଃଖ ଦୁଇଗୁଣା ବଢିଯାଏ l