ମାଘ ମାସ ରବିବାରରେ ସୂର୍ଯ୍ୟ ପୂଜନର ଧାର୍ମିକ ମହତ୍ୱ ଓ ରବିବାର ଦିନ ଏହି ମନ୍ତ୍ରକୁ ପାଠ କରି ପାଆନ୍ତୁ ସମସ୍ତ ଅସୁବିଧା ରୁ ମୁକ୍ତି
ପୌଷ ମାସ ଭଳି ମାଘ ମାସର ମଧ୍ୟ ବିଶେଷ ମହତ୍ୱ ରହିଛି l ପୁରାଣର ବର୍ଣ୍ଣନା ଅନୁସାରେ ମାଘମାସ ଗୋଟିଏ ପବିତ୍ର ମାସ ଅଟେ l ଆମ ହିନ୍ଦୁ ପରମ୍ପରା ଅନୁସାରେ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ଐଶ୍ୱର୍ଯ୍ୟ ଓ ଶକ୍ତି ପ୍ରାପ୍ତ ହୋଇଥାଏ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସୂର୍ଯ୍ୟଙ୍କୁ ପଞ୍ଚଦେବ ଙ୍କ ମଧ୍ୟରୁ ଗୋଟିଏ ବୋଲି ଗ୍ରହଣ କରାଯାଇଛି l ସେହିଭଳି ମାଘ ମାସ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଶେଷ ମନ୍ତ୍ର ପାଠ ଦ୍ୱାରା ସନ୍ତୁଷ୍ଟ ହୋଇ ଥାଆନ୍ତି l
* ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ” ଓଂ ହିଂ ହିଂ ସୂର୍ଯ୍ୟାୟ ସହସ୍ର କିରଣlୟ ମନୋଵଂlଛିତମ ଫଳମ ଦେହି ଦେହି ” – ଏହି ମନ୍ତ୍ରକୁ ପାଠ କଲେ ଆପଣଙ୍କର ସମସ୍ତ ଇଛା ପୁରାଣ ହୋଇଥାଏ l
* ରବିବାର ଦିନ ସକାଳେ ଓ ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କୁ ପୂଜା କରିବା ବେଳେ ” ଓଂ ଏହୀ ସୂର୍ଯ୍ୟ ସହସ୍ତ୍ରlଙଶୋ ତେଜୋ ରାଶେ ଜଗତ୍ପତ୍ୟେ ” – ଏହି ମନ୍ତ୍ରକୁ ରବିବାର ଦିନ ପାଠ କଲେ ମଣିଷ ଦୀପ୍ତିମାନ ହେବା ସହିତ ସମସ୍ତ ବାଧା ବିଘ୍ନ କୁ ଏଡାଇ ଭବିଷ୍ୟତ ରେ ଉନ୍ନତି କରିଥାଏ l
* ରବିବାର ଦିନ ପ୍ରାତଃ କାଳରୁ ଉଠି ଉଦୟ ସୂର୍ଯ୍ୟଙ୍କୁ ପ୍ରଣାମ କରି ଏହି ମନ୍ତ୍ର ପାଠ କରନ୍ତୁ ” ଅନୂକମ୍ପୟେମଂ ଭକ୍ତ୍ୟl, ଗୃହାଣlର୍ଘ୍ଦିଵାକରଃ ” – ଏହାକୁ ପାଠ କଲେ ସନ୍ତାନ ସୁଖ ଲାଭ ହେବା ସହିତ ଆୟୁ ବୃଦ୍ଧି ହୋଇଥାଏ l
* ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟଦେବ ପ୍ରଭାବଶାଳୀ ଗ୍ରହ ଅଟନ୍ତି l ତେଣୁ ଅନ୍ୟ ଗ୍ରହ ଦୋଷକୁ ଏଡ଼ାଇବା ପାଇଁ ଆପଣ ପ୍ରତିଦିନ ” ଓଂ ହୃଙ୍ଗ ଘୃଣିଃ ସୂର୍ଯ୍ୟ ଆଦିତ୍ୟ କ୍ଳିଙ୍ଗ ଓଂ ” ମନ୍ତ୍ର ପାଠ କରନ୍ତୁ l
* ଯେଉଁ ବ୍ୟକ୍ତିଙ୍କର ସୂର୍ଯ୍ୟ ଉଚା ସ୍ଥାନରେ ରହିଥାଏ ସେମାନଙ୍କର ଜୀବନରେ ସମସ୍ତ ସଙ୍କଟ ଦୂର ହୋଇଥାଏ l
– ଯଦି ଆପଣ ମାଘ ମାସରେ ସୂର୍ଯ୍ୟଙ୍କ ବ୍ରତ କରୁଛନ୍ତି ତେବେ ନାରଙ୍ଗୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ l
– ସୂର୍ଯ୍ୟ ଦେବଙ୍କ କୃପା ଲାଭ କରିବା ପାଇଁ ରବିବାର ଦିନ ଗୁଡ଼, ନାଲି ଫୁଲ, ତମ୍ବା ଓ ଗହମ ଦାନ କରିବା ଉଚିତ l ଏହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l
– ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ମାଣିକ ରତ୍ନ ଧାରଣ କରିବା ଉଚିତ l
– ଯଦି ଆପଣ ରବିବାର ଦିନ ଏକମୁଖୀ ରୁଦ୍ରାକ୍ଷ ଧାରଣ କରିବେ ତେବେ ଜୀବନରେ ସୁଖ ସମୃଦ୍ଧି ଆସିବ l