Odisha news

ନେତାଜୀ ସୁଭାଷ ବୋଷଙ୍କ ଡାଏରୀ ରୁ ଭଗତ ସିଂଙ୍କ ଫାସୀର ରହସ୍ୟ

0

ଯେତେବେଳେ ଭଗତ ସିଂ ଙ୍କୁ ଇଂରେଜ ସରକାର ଲାହୋର ର ସେଣ୍ଟ୍ରାଲ ଜେଲ୍ ରେ ଫାସୀ ଦିଆଗଲା, ସେହି ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଟ୍ରେନ ଯୋଗେ କରାଚୀ  ରୁ ମୁମ୍ବାଇ ଯାଉଥିଲେ l ସେ ଏହି ବିଷୟରେ ପୂର୍ବରୁ ମଧ୍ୟ ଗାନ୍ଧିଜୀଙ୍କ ସହିତ ସାକ୍ଷାତ କରିଥିଲେ l ଏହି ବିଷୟକୁ ନେଇ ସୁଭାଷ ନିଜ ଡାଏରୀ ରେ କେଇ ଫର୍ଦ ଲେଖିଥିଲେ l ଯେଉଁଥିରେ ସେ ଭାରତର ରାଜନୈତିକ ଓ ସାମାଜିକ ମର୍ମ କୁ ଖୁବ ଭଲ ଭାବରେ ଦର୍ଶାଇ ଛନ୍ତି l ସୁଭାଷ ଚନ୍ଦ୍ର ବୋଷ ଯେତେବେଳେ ଭାରତରେ ଥିଲେ ରାଜନୈତିକ, ସାମାଜିକ ସ୍ଥିତି ବିଷୟରେ ସ୍ୱତନ୍ତ୍ରତା ସଂଗ୍ରାମ ବିଷୟରେ ଲେଖୁଥିଲେ l ସେ ସେହି ସମୟରେ ୧୯୩୧ ରେ ଗାନ୍ଧୀ – ଇର୍ବିନ୍‌ ପ୍ୟାକ୍ଟ ଓ ଭଗତ ସିଂହ ଙ୍କ ଫାସୀ ଓ ଏହାଦ୍ୱାରା ଉପୁଜି ଥିବା ପରିସ୍ଥିତି ବିଷୟରେ ମଧ୍ୟ ଲେଖିଥିଲେ l

ନେତାଜୀଙ୍କ ଅପ୍ରକାଶିତ ଆତ୍ମକଥା ର ସେହି ଅଂଶ ଯେଉଁ ବିଷୟରେ ସେ ୧୯୩୫ ରୁ ୧୯୪୨ ପର୍ଯ୍ୟନ୍ତ ଲେଖା ଯାଇଥିଲା l ସେ ଲେଖିଥିଲେ ଯେ ” କରାଚିରେ ୧୯୩୧ ର ଅଧିବେଶନ ପୂର୍ବରୁ ମୁଁ ମୁମ୍ବାଇ ଯାଇ ଗାନ୍ଧିଜୀଙ୍କ ସହିତ ସାକ୍ଷାତ ସାକ୍ଷାତ କରିଥିଲି l ବିଶେଷ ଭାବରେ ଲର୍ଡ଼ ଇର୍ବିନ୍‌ ସହିତ କଂଗ୍ରେସ ର ହୋଇଥିବା ରାଜିନାମା କୁ ନେଇ l ସେହି ସଂଖଟ ରେ ଗାନ୍ଧିଜୀ ମତେ ଆଶ୍ୱାସନା ଦେଇ ଥିଲେ ଯେ ସେହି ଲୋକ ମାନଙ୍କୁ କ୍ଷମା କରି ଦିଆଯିବ ଯେଉଁମାନେ ଏହି ରାଜିନାମା ରୁ ସମ୍ପୂର୍ଣ ବାହାରି ଯାଇଛନ୍ତି l ମୁମ୍ବାଇ ରୁ ଦିଲ୍ଲୀ ମହାତ୍ମା ଗାନ୍ଧୀ ଓ ସୁବାଷ ବୋଷ ଗୋଟିଏ ଟ୍ରେନ ରେ ଯାତ୍ରା କରିଥିଲେ l ଦିଲ୍ଲୀରେ ପହଁଚିଲା ପରେ ଜାଣିବାକୁ ପାଇଥିଲେ ଯେ ଇଂରେଜ ସରକାର ଲାହୋର ଷଡଯନ୍ତ୍ର ରେ ସରଦାର ଭଗତ ସିଂହ ଓ ତାଙ୍କର ଅନ୍ୟ ଦୁଇ ସାଥୀଙ୍କୁ ଫାସୀ ସଜା ଶୁଣାଇ ଛନ୍ତି l ମହାତ୍ମାଙ୍କ ଉପରେ ଚାପ ପଡିଲା ଯେ ଏହି ଯୁବକ ମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ l ”

ନେତାଜୀ ବୋଷ ଲେଖିଛନ୍ତି ଯେ “ଏହି ସମୟରେ ମୁଁ ଗାନ୍ଧିଜୀଙ୍କୁ କହିଥିଲି ଯଦି ଆବଶ୍ୟକ ପଡୁଛି ଏହି କଥାକୁ ନେଇ ଭାଇସ ରଏ ଙ୍କ ସହିତ ରାଜିନାମା ଭାଙ୍ଗି ଦିଅନ୍ତୁ l କାହିଁକି ନା ଭଗତ ସିଂହ ଙ୍କ ଫାସୀ ସହିତ ଏହି ରାଜିନାମା ର କୌଣସି ସମ୍ପର୍କ ନଥିଲା କିନ୍ତୁ ତାଙ୍କର ଭାବନା ବିରୁଦ୍ଧରେ ଏହା ରହିଥିଲା l କିନ୍ତୁ ମହାତ୍ମା ଗାନ୍ଧୀ କ୍ରାନ୍ତିକାରୀ ଙ୍କ ସହିତ କୌଣସି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁ ନଥିଲେ l ସେଥିପାଇଁ ଗାନ୍ଧିଜୀ ଏତେ ଆଗକୁ ଯିବା ପାଇଁ ପ୍ରସ୍ତୁତ ନଥିଲେ l ଏହାକୁ ନେଇ ଭାଇସ ରଏ ଜାଣିନେଲେ ଯେ ଗାନ୍ଧିଜୀ ଏହି ରାଜିନାମା ଭାଙ୍ଗିବେ ନାହିଁ l”

ଏହାପରେ ସେ ଆହୁରି ଲେଖିଛନ୍ତି ଯେ ” ଗାନ୍ଧିଜୀ କହିଥିଲେ ମତେ ୩ଜଣ ବନ୍ଦୀ ଙ୍କ ଫାସିକୁ ଅଟକାଇବା ପାଇଁ ଅନେକ ଦରଖାସ୍ତ ହସ୍ତାକ୍ଷର ସହିତ ମିଳିଛି l ମୁଁ ଏହି ବିଷୟରେ ଚିନ୍ତା କରିବି l ଗାନ୍ଧିଜୀ ଙ୍କ ର ଏହି କଥାକୁ ଶୁଣି ସମସ୍ତେ କିଛି ସମୟ ଭାବିଥିଲେ ଯେ ଫାସୀ ଦଣ୍ଡ ଅଟକି ଗଲା l ଏହାକୁ ନେଇ ଦେଶରେ ଖୁସିର ବାତାବରଣ ଦେଖା ଦେଇଥିଲା l ଏହାର ୧୦ ଦିନ ପରେ କରାଚୀ ରେ କଂଗ୍ରେସ ଅଧିବେଶନ ହେବାର ଥିଲାl ସମସ୍ତେ ଭାବି ନେଇଥିଲେ ଯେ ଫାସୀ ଦିଆଯିବ ନାହିଁ l କିନ୍ତୁ ଯେତେବେଳେ ୨୫ ମାର୍ଚ୍ଚ ରେ ଆମେ କଲିକତା ରୁ କରାଚୀ ଯାଉଥିବା ସମୟରେ ସମ୍ବାଦ ମିଳିଥିଲା ଯେ ଗତ ରାତିରେ ଭଗତ ସିଂହ ଓ ତାଙ୍କ ସାଥିଙ୍କୁ ଫାସୀ ଦିଆ ଯାଇଛି l ଏହାକୁ ଶୁଣିବା ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା l ଏହାର ପ୍ରଭାବ କରାଚୀ ରେ କଂଗ୍ରେସ ଅଧିବେଶନ ରେ ଦେଖିବାକୁ ମିଳିଥିଲା l ଯେତେବେଳେ ଗାନ୍ଧିଜୀ କରାଚୀରେ ପହଂଚି ଥିଲେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା l ଯୁବକ ମାନଙ୍କ ମଧ୍ୟରେ ଭଗତ ସିଂହ କ୍ରାନ୍ତିର ପ୍ରତୀକ ଭାବରେ ଜାଗରଣ ଆଣିଥିଲେ l ତେଣୁ ଏହାକୁ ଯୁବକ ମାନଙ୍କ ମନରେ ଭୁଲ ଧାରଣା ଦେଖା ଦେଇଥିଲା ଯେ ଭଗତ ସିଂହ ଙ୍କୁ ଫାସୀ ଦିଆଯିବାର ମୁଖ୍ୟ ଭାବରେ ଗାନ୍ଧିଜୀ ଙ୍କୁ ଦାୟୀ କରାଯାଇ ଥିଲା l କଂଗ୍ରେସ ରଏହି ଅଧିବେଶନ ରେ ଭଗତ ସିଂହ ଓ ତାଙ୍କ ସାଥି ମାନଙ୍କ ବଳିଦାନ ଓ ସାହସ ବିଷୟରେ ଆଲୋଚନା କରାଯାଇ ଥିଲା l ଭଗତ ସିଂହ ଙ୍କ ପିତା ସରଦାର କିସାନ ସିଂହ ମଞ୍ଚକୁ ଅଣା ଯାଇ ଭାଷଣ ଦେଵାକୁ କୁହା ଯାଇଥିଲା l ”

Leave A Reply