Odisha news

୭ବର୍ଷର ବିସ୍ମୟ ବାଳକଙ୍କ କରିସ୍ମା ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ପାଇଲେ ସ୍ଥାନ

0

ତାଳଚେର ତା :  ୭ବର୍ଷର ବିସ୍ମୟ ବାଳକ ଶହେରୁ ୧ ପର୍ଯ୍ୟନ୍ତ ଓଲଟା ୩୩ ସେକେଣ୍ଡରେ ଗଣନା କରି ଇଣ୍ଡିଆ ବୁକ୍ ଅଫରେକର୍ଡ଼ ୨୦୨୨ରେ ସ୍ଥାନପାଇ ତାଙ୍କର କରିସ୍ମା ଦେଖାଇପାରିଛନ୍ତି । ଏହାକୁ ନେଇ ତାଳଚେର ଅଂଚଳରେ ଖୁସିର ଲହରି ଖେଳାଇ ଦେଇଛି । କେବଳ ଏତିକି ନୁହେଁ ଏହି ବାଳକ ଜଣକ ଗୀତାର କୋଡ଼ିଏଟି ଶ୍ଳୋକ ନିଦ୍ୱନ୍ଦରେ ଗାଇବା ସହ ୧୯୬ଟି ଦେଶର ରାଜଧାନୀ ନାମ ଅତି କମ ସମୟ ଭିତରେ ନିର୍ଭୂଲ ଭାବରେ ପ୍ରକାଶ କରିପାରୁଛନ୍ତି ଏବଂ ସେ ବିଭିନ୍ନ ଚିତ୍ରର ଡ଼୍ରଇଁ ଆଙ୍କି ଲୋକଙ୍କୁ ଆଶ୍ଚର୍ଯ୍ୟନ୍ୱିତ କରିପକାଇଥାନ୍ତି । ସେ ଆଗାମୀ ଦିନରେ ଜିଲ୍ଳାପାଳ ହେବାକୁ ଉଚ୍ଛା ପ୍ରକଟ କରିଛନ୍ତି ବୋଲି ତାଙ୍କ ପରିବାର ସୂତ୍ରରୁ କୁହାଯାଇଛି । ତାଙ୍କ ପିତା ଜିତେନ କୁମାର ମହାନ୍ତି ଓ ମାତା ରୋସ୍ନା ମହାନ୍ତିଙ୍କ ଏକମାତ୍ର ପୁତ୍ର ଆଶିର୍ବାଦ । ତାଙ୍କ ପିତା ନେହୁରୁଶତାଦ୍ଦୀ ଡ଼ାକ୍ତରଖାନା ସମ୍ମୁଖରେ ଏକ ଔଷଧ ଦୋକାନ ଥିବାସହ ମା’ଗୃହଣୀ ଅଟନ୍ତି । ପିଲାଟୁ ଦିନରୁ ଏହି ବିସ୍ମୟ ପ୍ରତିଭାବାନ୍ ବାଳକ ଯଦି ଏପରି ଭାବେ କ୍ରିୟାଶୀଳ ରୁହେ ତେବେ ଆଗାମୀ ଦିନରେ ଗ୍ରୀନିଜ୍ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବାକୁ ଏଡ଼ାଇ ଦିଆଯାଇନପାରେ ।

Leave A Reply