Odisha news

ସମ୍ପତ୍ତି ମୋହ : ଗଡମଧୁପୁର ରାଜବାଟିକୁ ବେଆଇନ ଦଖଲ ଉଦ୍ୟମ ପଣ୍ଡ, ଧସେଇ ପସିଥିବା ଅଜଣା ମହିଳାଙ୍କୁ ପୋଲିସ ତଡିଲା

0
ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ମଧୁପୁରଇଷ୍ଟେଟ ଏକ ବୃହତ ଗଡଜାତ ଭାବେ ରାଜ୍ୟରେ ଜଣାସୁଣା! ଏହି ଗଡଜାତର ଶେଷରାଜାଙ୍କ ଦେହାନ୍ତର ଦୀର୍ଘ ଦିନପରେ ଏବେ ହଠାତ ଏଠାରେ ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଛି!ସମ୍ପତ୍ତି ମୋହରେ ଜଣେ ଅଣ ଓଡିଆ ଅଜଣା ମହିଳା ଏଠାରେ ପହଞ୍ଚି ରାଜବାଟି ଚାବିଭାଙ୍ଗି ବଳ ପୂର୍ବକ ଭିତରେ ପଶିବା ସହ ଏଠାର ରାଣୀଙ୍କୁ ମାରଧର କରିବା ଓ ଜୀବନରେ ମାରିଦେବାକୁ ଉଦ୍ୟମ କରିଛନ୍ତି!ଯାହାକୁନେଇ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ! ଏଥିନେଇ ଜେନାପୁର ଥାନାରେ ଅଭିଯୋଗ ହେବାପରେ ପୋଲିସ ଓ ଗ୍ରାମବାସୀଙ୍କ ହସ୍ତକ୍ଷେପ ଯୋଗୁ ଗଣ୍ଡଗୋଳ ଭିଆଇଥିବା ମହିଳାଙ୍କୁ ରାଜବାଟିରୁ ବାହାର କରିଦିଆଯାଇଛି!ଏବେ ରାଜ ରାଜୁଡା ଶାସନ ନଥିଲେବି ଏହି ଗଡଜାତର ବେସ ସୁନାମ ଓ ଗରିମା ରହିଛି !  ରାଜବଶର ଶେଷ ରାଜାଭାବେ କୃଷ୍ଣ ପ୍ରକାଶ ଧୀରନରେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଅପର୍ଣ୍ଣାଧୀର ସିଂ ରାଣୀ ଭାବେ ଗାଦିରେ ଅଭିଶିକ୍ତ ହୋଇ ମଧୁପୁରଗଡ ରାଜବାଟିରେ ସପରିବାର ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି!ରାଣୀ ଜରୁରୀ କାମରେ ବାହାରକୁ ଯାଇଥିଲା ବେଳେ ଗତକାଲି ସନ୍ଧ୍ୟାରେ ଶୀବାନୀ ମଟ୍ଟାଚାର୍ଯ୍ୟ ନାମ୍ନୀ ଜଣେ ମହିଳା ହଠାତ ରାଜବାଟିରେ ପହଞ୍ଚି ତାଲାଭାଙ୍ଗି ଘରଭିତରେ ପସିବା ସହ ତାଙ୍କର ଏହା ନିଜ ଉଆସ ବୋଲି କହିଥିଲେ ! ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବୁଝିନପରି ରାଣୀଙ୍କୁ ଖବରଦେଇଥିଲେ !
ରାଣୀ ଶ୍ରୀମତୀ ଅପର୍ଣ୍ଣାଧୀର ସିଂ ଘରେ ପହଞ୍ଚିବା ପରେ ସପୃକ୍ତ ମହିଳା ଓ ତାଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ପରିସ୍ଥିତି ଜଟିଳ ହୋଇଥିଲା! ରକ୍ତାକ୍ତ ଅବସ୍ଥାରେ ରାଣୀ ଜେନାପୁର ଥାନାରେ ପହଞ୍ଚି ଏତଲା ଦବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାସହ ସପୃକ୍ତ ମହିଳାଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ରାଜବାଟିରୁ ବାହାରକୁ ଆଣିବାକୁ ସଖ୍ୟମ ହୋଇଥିଲେ!ତେବେ ଐହି ମହିଳା ଜଣକ କଲିକତାରେ ରୁହନ୍ତି ଓ ସେ ରାଣୀଙ୍କ ପିଉସୀ ଝିଅ ଭଉଣୀ ବୋଲି ପରିଚୟଦେଇ ତାଙ୍କର ଏ ସମ୍ପତ୍ତିରେ ଭାଗଥିବା ପୋଲିସ ନିକଟରେ ଦାବି କରିଥିଲେ ଓ ସେଥିପାଇଁ ସେ ରାଜବାଟିରେ ପସୀଥିଲେ ବୋଲି କହିଥିଲେ! ଏଥିନେଇ କିଛି କାଗଜପତ୍ର ବା କୋର୍ଟ ଆଦେଶ ଅଛିକି ବୋଲି ପଲିସ କହିବାରୁ ସେ କିଛି ଦେଖାଇପାରି ନଥିଲେ! ପରେ ଉକ୍ତ ମହିଳା ଜଣକ ଜେନାପୁର ଥାନାରେ ରାଣୀଙ୍କ ନାମରେ ଏକ ଏତଲା ଦାୟର କରିଥିବା ଜଣାପଡିଛି!ତେବେ ସପୃକ୍ତ ମହିଳା ଜଣଙ୍କ ସ୍ଥାନୀୟ ଲୋକ ଓ ଉପସ୍ଥିତ ପୋଲିସ କର୍ମଚାରୀ ମାନଙ୍କୁ ଖରାପ ବ୍ୟବହାର କରିଥବା ନେଇ ଘଟଣା ସ୍ଥଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା! ତେବେ ଏହି ମହିଳାଙ୍କୁ ସ୍ଥାନୀୟ ଲୋକେ ଚିହ୍ନିନଥିବା ବା ସେ କେବେ ଏଠାରେ ରହନ୍ତି ନାହିଁ ବୋଲି ପୋଲିସ ନିକଟରେ ବୟାନ।ଦେବାପରେ ପୋଲିସ ଏହି ମହିଳିଙ୍କୁ ବିଦାକରିଦେଇଥିବା ଜଣାପଡିଛି! ଅଭିଯୋଗ ହୋଇଛି!
Leave A Reply

Your email address will not be published.