Odisha news

ଟାଟା ପାୱାର ନାମରେ ମିଥ୍ୟା ବିଲ କୁ ନେଇ ଅଭିଯୋଗ, ଥାନାର ଦ୍ୱାରାସ୍ତ ମହିଳା

0

ତାଳଚେର : ତାଳଚେର ବ୍ଲକ୍ ଅନ୍ତର୍ଗତ ବନମାଳୀପୁର ଗ୍ରାମର ଗୀତାଞ୍ଜଳି ସାମଲ ନାମକ ମହିଳା ତାଙ୍କ ଘରେ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ ୯୦ହଜାର ଟଙ୍କାର ର ବିଲ୍ କୁ ଆକ୍ରୋଶ ମୂଳକ ଭାବେ ପୈଠ କରିବାକୁ ବା୍ମ କରା ଯାଇଛି ବୋଲି ତାଳଚେର ସଦର ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଙ୍କ କହିବା ମୁତାବକ ତାଙ୍କ ଘରେ ଯେଉଁମାନେ ଭଡ଼ା ରେ ରହୁଥିଲେ ତାଙ୍କୁ ବାହାର କରିବା ପରେ ସେମାନେ ମହିଳା ଙ୍କୁ ଆକ୍ରୋଶ ଭେବେ ଏହି ଭଳି ଟାଟା ପାୱାର କମ୍ପାନୀ ସହ ମିଶି ବିଦ୍ୟୁତ୍ ବିଲ୍ ୯୦ ହଜାର ଦେବାକୁ ବାଧ୍ୟ କରିବା ସହ ତାଙ୍କ ଘର ର ବିଦ୍ୟୁତ ସରବରାହ ବନ୍ଦ କରି ଦେଇଛନ୍ତି ।

ଅପରପକ୍ଷରେ ଏ ସଂପର୍କରେ ଟାଟା ପାୱାର କମ୍ପାନୀ ତାଳଚେର ଡିଭିଜନ ର ବିଭାଗୀୟ ଅଧିକାରୀ ଙ୍କୁ ପଚାରିବା ପରେ ସେ ଏହାକୁ ମିଥ୍ୟା ବୋଲି ଖଣ୍ଡନ କରିବା ସହ ମିଟର ରେ ଯାହା ଉଠିଛି ସେହି ଆଧାର ରେ ତାଙ୍କୁ ବିଲ୍ ପୈଠ ନ କରିବାରୁ ତାଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରା ଯାଇଥିଲା ବୋଲି ଦର୍ଶାଇ ଛନ୍ତି । ତେବେ ମହିଳା ଙ୍କୁ ବିଲ୍ ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ସେ ୫ହଜାର ଟଙ୍କା ଦେଇ ବିଦ୍ୟୁତ ସଂଯୋଗ କରିଛନ୍ତି । ଅପରପକ୍ଷରେ ମହିଳା ଟାଟା ପାୱାର ନାମରେ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଏବଂ କୌଣସି ଆକ୍ରୋଶ ମୂଳକ ନୁହଁ ବୋଲି ବିଭାଗୀୟ ବିଦ୍ୟୁତ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply