ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଓ
ମମିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ, ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ : ଇରାସିସ ଆଚାର୍ଯ୍ୟ
ନବୀନ ବାବୁଙ୍କ ଶାସନରେ ମାଳ ମାଳ ଦୁର୍ଯେ୍ୟାଧନ, ମାଳ ମାଳ ଦୁଃଶାସନ ଓ ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି ହୋଇଛନ୍ତି : ସମୀର ମହାନ୍ତି
ଆଜି ରାଜ୍ୟରେ ଯେଉଁ ଭଳି ଭାବେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଅତୀତରେ କେବେ ହୋଇନଥିଲା
ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ସାଜି ଅପରାଧକୁ ଆହୁରି ଅଧିକ ପ୍ରୋତ୍ସାହିତ କରୁଛନ୍ତି
ପୋଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି
ଭୂବନେଶ୍ୱର, ତା.୦୯/୧୨: ବିଜେଡି ଶାସନରେ ମହିଳା ବିପଦରେ । ରାଜ୍ୟରେ ପ୍ରତିଦିନ ୪ଧର୍ଷଣ ଓ ୬ ଅପହରଣ ଘଟି ଚାଲିିଛି । ଗତ ୫ବର୍ଷରେ ରାଜ୍ୟରେ ୨୭ହଜାରରୁ ଉଦ୍ଧ୍ୱର୍ ଶିଶୁ ନିଖୋଜ ଅଛନ୍ତି । ମହିଳା ସଶକ୍ତିକରଣ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ପଦାରେ ପଡିସାରିଛି । ବହୁଚର୍ଚ୍ଚିତା ମମିତା ମେହେରଙ୍କୁ ଯେଉଁ ଭଳି ଭାବେ ପ୍ରଥମେ ଅପହରଣ କରାଯିବା ପରେ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ପୋତି ଦିଆଯିବା ଘଟଣା ଜନମାନସକୁ ଆନେ୍ଦାଳିତ କରିଛି । ଏହି ବର୍ବରୋଚିତ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବରେ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମହାପାପୀ ତଥା ଅପରାଧୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ପାଖରେ ବସାଉଛନ୍ତି, ପୋଲିସ ମାଧ୍ୟମରେ ସୁରକ୍ଷା ଦେଉଛନ୍ତି । ନବୀନ ବାବୁଙ୍କ ଶାସନରେ ମାଳ ମାଳ ଦୁର୍ଯେ୍ୟାଧନ, ମାଳ ମାଳ ଦୁଃଶାସନ ଓ ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି ହୋଇଛନ୍ତି । ଆଜି ରାଜ୍ୟରେ ଯେଉଁ ଭଳି ଭାବେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସୃଷ୍ଟି ହୋଇଛି, ତାହା ଅତୀତରେ କେବେ ହୋଇନଥିଲା । ତଥାପି ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ସାଜି ଅପରାଧକୁ ଆହୁରି ଅଧିକ ପ୍ରୋତ୍ସାହିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନା ବିଧାନସଭା ଆସୁଛନ୍ତି, ନା ସାଧାରଣ ଜନତାଙ୍କୁ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀ କେବେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବେ ? ମାଁ ଓ ଭଉଣୀଙ୍କ ବେଇଜ୍ଜତ ବିରୁଦ୍ଧରେ ଆଜିର ଏହି ଲଢେଇ । ଭାରତୀୟ ଯୁବମୋର୍ଚ୍ଚା ଏହି ଲଢେଇ ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ଏହି ଲଢେଇକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନିଆଯିବ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ନହେବା ପର୍ଯ୍ୟନ୍ତ ଏବଂ ଏହି ସମ୍ବେଦନଶୀଳ ଘଟନାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା ନହେବା ପର୍ଯ୍ୟନ୍ତ ଏହି ଲଢେଇ ଜାରୀ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ମାହାଙ୍ଗା ତ୍ରିପଲ୍ ମର୍ଡର ଘଟଣାରେ କୋର୍ଟ କହିଲା ପରେ ବି ପୋଲିସ ନିଷ୍କ୍ରିୟ । ପୋଲିସ ଅପରାଧୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ନବୀନ ବାବୁଙ୍କ ସରକାର ଅପରାଧୀଙ୍କୁ ପୋଲିସ ମାଧ୍ୟମରେ ଖସାଇ ଦେଉଥିବା ବେଳେ ବିରୋଧୀଙ୍କ ଆନେ୍ଦାଳନକୁ ପୋଲିସ ଲଗାଇ ଦମନ କରୁଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ମମିତା ମେହେରଙ୍କୁ ନ୍ୟାୟ ପାଇଁ ବିରୋଧୀ ଆନେ୍ଦାଳନ କରୁଥିବା ବେଳେ ଶାସକ ବିଜେଡି ଆତ୍ମରକ୍ଷା ପାଇଁ ବାଦି ପାଲା ନାଟକ କରୁଛି । ମମିତା ହତ୍ୟା ଘଟଣାରେ ଉତର ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । ବିଧାନସଭାକୁ ଡରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ତାଲା ପକାଇଛି କିଏ? ବିଧାନସଭାକୁ ନଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୋଡରେ ଜଞ୍ଜୀର ପକାଇଛି କିଏ ବୋଲି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୁହଁ ନଲୁଚାଇ ବିଧାନସଭାକୁ ଆସନ୍ତୁ ଓ ରାଜ୍ୟବାସୀଙ୍କ ନିକଟରେ ଉତର ରଖି ମମିତା ପରିବାରକୁ ନ୍ୟାୟ ଦିଅନ୍ତୁ । ମମିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ, ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ବିଜେପିର ଲଢେଇ ଜାରି ରହିଛି, ଆଗକୁ ଆହୁରି ଜୋରଦାର ଲଢେଇ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଆଜି ବିଜେପି ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ କରାଯାଇଥିଲା । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ । ଯୁବମୋର୍ଚ୍ଚା ରାଜ୍ୟ ସବାପତି ଶ୍ରୀ ଇରାସିସ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟନ୍ତ ଷଡଙ୍ଗୀ, ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଠ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡଜେନା, ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର, ଦୀପକ ଗୋଚ୍ଚାୟତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ବିଶାଲ ସମାବେଶକୁ ସମ୍ବୋଧନ କରିଥିଲେ ।
ଏହା ପରେ ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଶୋଭାଯାତ୍ରାକୁ ବଳପ୍ରୟୋଗ କରି ଅଟକାଇଥିଲେ । ପୋଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
(ବିଜେପିମିଡିଆସେଲ୍)