Odisha news

ରୁମାଗଡ଼ ସରପଞ୍ଚଙ୍କ ଦେହାନ୍ତ

0

ପୋଲସରା :08/12/21(ରଞ୍ଜୟ ପାଣିଗ୍ରାହୀ )ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମପଂଚାୟତ ର ଅପ୍ରତିଦ୍ବନ୍ଦୀ ସରପଞ୍ଚବନିତା ଖଟୁଆଙ୍କ ଗାଡିଦୃଘଟଣା ରେ ପ୍ରାଣ ଚାଲିଯାଇ ଅଚ୍ଛି l ସେ ଗତ 2017ପଂଚାୟତ ନିର୍ବାଚନରେ ସମାଜସେବି ପ୍ରଭାକରପଣ୍ଡାଙ୍କ ପ୍ରଚେଷ୍ଟାରେ ଅପ୍ରତିଦ୍ବନ୍ଦିଭାବେ ବିଜୟ ଲାଭ କରି ବର୍ତମାନ ସୁଦ୍ଧାପଂଚାୟତର କାଯ୍ୟକରି ଆସୁଥିଲେ l କିନ୍ତୁ କୌଣସି ଏକ କାମରେ କେବରିଡା ଗ୍ରାମରୁ ବ୍ରହ୍ମପୁର ଯାଉଥିବା ସମୟରେ ହଟାତଦୃଘଟଣା ଘଟିବାରୁ ତାଙ୍କୁପ୍ରଥମେ ବ୍ରହ୍ମପୁର ମେଡିକାଲକୁ ନିଆଯାଇ ଚିକିଚ୍ଛା ହେବାସ୍ଥଳେ ଅଧିକ ଯନ୍ତ୍ରଣାହେବାରୁ ତାଙ୍କୁ ଅନ୍ୟ ମେଡିକାଲକୁ ନେବା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଯାଇଅଛି l ମୃତୁ ବେଳକୁ ତାଙ୍କର ବୟସ 32
ହୋଇଥିସ୍ଥଳେ ତାଙ୍କର ଗୋଟେ ପୁଅ, ଗୋଟେ ଝିଅଅଛନ୍ତି. ବଡ ଝିଅ କଲେଜରେ ପଢୁଥିବା ସ୍ଥଳେ ପୁଅ ଗାଁ ସ୍କୁଲରେ ପଢୁଅଛି l ଗାଁ କୁଶବ ଅଣା ଯାଇ ରୀତିନୀତି ପ୍ରକା ରେ ଶବ ସଂସ୍କାର କରା ଯାଇଥିଲା l ଏହି ଦୁଖଦଃ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ପୂର୍ଣଚନ୍ଦ୍ରଖଟୁଆ, ଓ ତାଙ୍କର ବଡ ଭାଇ ରମେଶ, ଭଗବାନଙ୍କ ସମେତ ସମାଜସେବି ପ୍ରଭାକରପଣ୍ଡା ଓ ପଂଚାୟତରଲୋକଙ୍କ ସହ ରୁମାଗଡ଼, ମନ୍ଦାର, ପୋଲସରା ବ୍ଲକର ଆଖପାଖ ପଂଚାୟତ ରୁ ଲୋକ ମାନେ ଉପସ୍ଥିତ ରହିଥିଲେ l

Leave A Reply