ନୂଆଦିଲ୍ଲୀ : କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ କୁ ଜାରି ରଖିବା ପାଇଁ ବୁଢାବାରଦିନ ମଞ୍ଜୁରୀ ପ୍ରଦାନ କରିଛନ୍ତି l ଯାହା ଅନୁସାରେ ମାର୍ଚ୍ଚ ୨୦୨୧ ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢାଇବା ବିଷୟରେ କୁହାଯାଇଛି l ଏହି ବୈଠକ ପରେ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସମ୍ବାଦଦାତା ଙ୍କୁ ଏହି ତଥ୍ୟ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତା ରେ ଏହାର ମଞ୍ଜୁରୀ ଦିଆ ଯାଇଛି l ଯାହା ଅନୁସାରେ ଗ୍ରାମାଞ୍ଚଳରେ ସମସ୍ତଙ୍କ ର ଘର ସୁନିଶ୍ଚିତ ଅଟେ l
ସେ କହିଛନ୍ତି ୨୦୧୬ ରୁ ଗ୍ରାମାଞ୍ଚଳ ରେ ସମସ୍ତଙ୍କ ଘରର ଆକଳନ କରାଯାଇଥିଲା କି ୨.୯୫ କୋଟି ଲୋକଙ୍କୁ ପକ୍କା ଘରର ଆବଶ୍ୟକତା ରହିଛି l ଏଥିରେ ଅଧିକାଂଶ ଲୋକଙ୍କର ଆବାସ ପ୍ରଦାନ କରାଯାଇଛି l ସେଥିପାଇଁ ଏହି ଯୋଜନାକୁ ୨୦୨୪ ପର୍ଯ୍ୟନ୍ତ ଲାଗୁ କରାଯିବ l
ଏହି ଯୋଜନା କୁ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ତଥ୍ୟ ଆଧାରରେ କୁହାଯାଇଛି ଯେ ୧.୫୫ କୋଟି ଗୃହ ନିର୍ମାଣ ପାଇଁ ୨.୧୭ କୋଟି ଟଙ୍କା ଆକଳନ ହୋଇଛି, ଯେଉଁଥିରେ କେନ୍ଦ୍ରର ଭାଗିଦାରୀ ୧.୨୫ ଲକ୍ଷ କୋଟି ଟଙ୍କା ରହିବ l ଅନ୍ୟ ଅର୍ଥ ନାବାର୍ଡ ଦ୍ୱାରା ପୁର୍ଣ କରାଯିବ l
ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୫ ରେ ଲଞ୍ଚ କରାଯାଇଥିଲା l ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଲା ଗ୍ରାମୀଣ କ୍ଷେତ୍ରରେ ସମସ୍ତ ଗ୍ରାମ ବାସୀଙ୍କୁ ପକା ଘର ଉପଲବ୍ଧ କରାଯିବ l ଏହି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି l ଏହି ଯୋଜନା ଅନୁସାରେ ସରକାର ବିଜୁଳି ଓ ସ୍ଵଛ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି l