Odisha news

ମାର୍ଗଶିର ମାସ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କରନ୍ତୁ ଏହି ମନ୍ତ୍ର ଉଚ୍ଚାରଣ ଓ ଆପଣାନ୍ତୁ ଏହି ଉପାୟ

0

ଆମ ଓଡ଼ିଆ ସଂସ୍କୃତିରେ ମାର୍ଗଶିର ମାସର ଖୁବ ମହତ୍ୱ ରହିଛି l ବିଶେଷ ଭାବରେ ଗୁରୁବାର ଦିନଟି ମୁଖ୍ୟ ଅଟେ l ଏହିଦିନ ମାତା ଲକ୍ଷ୍ମୀଙ୍କ ର ବିଶେଷ ପୂଜା କରାଯାଇ ଥାଏ l ମାନ୍ୟତା ରହିଛି ଯେ ଲକ୍ଷ୍ମୀଙ୍କୁ ଏହିଦିନ ବିଧିବଦ୍ଧ ଭାବରେ ପୂଜା କଲେ ଘରର ଆର୍ଥିକ ଅନାଟନ ଦୂର ହେବା ସହିତ ସୁଖଶାନ୍ତି ଜୀବନରେ ସର୍ବଦା ରହିଥାଏ l ମାର୍ଗଶିର ମାସରେ ଗୁରୁବାରଦିନ ବଡି ଭୋରୁ ମା ଲକ୍ଷ୍ମୀଙ୍କୁ ବିଶେଷ ପୂଜା କରାଯାଏ l ଏହା ସହିତ ଝୋଟି ଚିତା ପକାଯାଇ କଳସ ସ୍ଥାପନା କରାଯାଇଥାଏ l ଆମ ସମସ୍ତ ପରିବାରର ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ଘରେ ଓ ଜୀବନରେ ସୁଖ ସମୃଦ୍ଧି ଭରି ରହିଥାଏ l

ମାର୍ଗଶିର ମାସ ଗୁରୁବାରରେ କରନ୍ତୁ ଏହି ଉପାୟ :-

* ଯଦି କୌଣସି ସଧବା ନାରୀ ଅନ୍ୟ ଜଣେ ନାରୀଙ୍କୁ ଗୁରୁବାରଦିନ ଶଙ୍ଖା ସିନ୍ଦୁର ଅଳିତା ଦେବେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏହାଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l

* ଗୁରୁବାର ଦିନ ଘରର କୁଆଁରୀ କନ୍ୟା କିମ୍ବା ଛୋଟ ପିଲା ଯଦି ହଳଦୀ ଗୋଳା ଯାଇଥିବା ଚାଉଳ ଚଢେଇ କୁ ଖାଇବାକୁ ଦେବେ ତେବେ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ଓ ସୁଖଶାନ୍ତି ଜୀବନରେ ରହିଥାଏ l

* ମାର୍ଗଶିର ମାସ ଗୁରୁବାର ଦିନ ଯଦି ବରଗଛରୁ ପତ୍ର ଛିଡ଼ାଇ ସିଂଦୁରରେ ସ୍ୱସ୍ତିକ ଚିହ୍ନ କରି ମା ଲକ୍ଷ୍ମୀଙ୍କୁ ସମର୍ପଣ କରିବେ ତେବେ ଋଣଭାର ରୁ ମୁକ୍ତି ମିଳିବ l ଏପରି କେବଳ ସକାଳ ସମୟରେ କରି ପାରିବେ l

* ଯଦି ଆପଣ ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଆପଣ ବାସୁଥିବା ଦୋକାନ , କାର୍ଯ୍ୟାଳୟ କିମ୍ବା ଅନ୍ୟ ସ୍ଥାନରେ ହଳଦୀ ପାଣି ଛିଂଚି ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ବ୍ୟବସାୟରେ ଉନ୍ନତି ହେବ l

* ଗୁରୁବାର ଦିନ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ମହିଳା ମାନଙ୍କର ଅନାଦର କରିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଅନ୍ନ ବସ୍ତ୍ର ଓ ଧନର ଅଭାବ ରହିଥାଏ l ସେଥିପାଇଁ ସତର୍କ ରହିବା ଉଚିତ l

* ଗୁରୁବାରଦିନ ଏହି ମନ୍ତ୍ର ପାଠ କରନ୍ତୁ ବଦଳିଯିବ ଭାଗ୍ୟ :-
– ଯେ କୌଣସି ଶୁଭ କାର୍ଯ୍ୟ କରିବେ ତା ପୂର୍ବରୁ -ଓଂ ଆଦ୍ୟଲଖ୍ମେଇ ନମଃ ଜପ କରିବେ ,
– ସନ୍ତାନ ମାନଙ୍କ ଶିକ୍ଷା ପାଇଁ – ଓଂ ବିଦ୍ୟାଲକ୍ଷ୍ମୈ ନମଃ ଜପ କରିବା ଆବଶ୍ୟକ ,
– ବିବାହ କାର୍ଯ୍ୟ କିମ୍ବା ବେପାର ବଣିଜ ପାଇଁ ଜପ କରିବେ -ଓଂ ସୌଭାଗ୍ୟଲକ୍ଷ୍ମୈ ନମଃ
– ଅନ୍ନ ଭୋଜନ କରାଇବା କିମ୍ବା ନିଜେ କରିବା ପୂର୍ବରୁ ଜପ କରିବେ – ଓଂ ଅମୃତଲକ୍ଷ୍ମୈ ନମଃ
– ସ୍ୱାମୀ ସହିତ ମଧୁର ସମ୍ପର୍କ ପାଇଁ – ଓଂ କାମଲକ୍ଷ୍ମୈ ନମଃ
– ଯେତେବେଳେ କାହା ଆଗରେ ନିଜର ଭୁଲ ସ୍ୱୀକାର କରୁଛନ୍ତି – ଓଂ ସତ୍ୟଲକ୍ଷ୍ମୈ ନମଃ
– ସୁଖ ସମୃଦ୍ଧି ଲାଭ କରିବା ପାଇଁ – ଓଂ ଭୋଗଲକ୍ଷ୍ମୈ ନମଃ
– ଯେ କୌଣସି କାର୍ଯ୍ୟରେ ଯିବା ସମୟରେ -ଓଂ ଯୋଗଲକ୍ଷ୍ମୈ ନମଃ

Leave A Reply