ଜୀବାଣୁ ରୁ ବ୍ୟାପୁଥିବା ରୋଗ ଗୁଡିକ ସହିତ ଲଢ଼ିବା ପାଇଁ ଆଣ୍ଟି ବାୟୋଟିକ ଔଷଧ ଦିଆ ଯାଇଥାଏ l ଏହି ଆଣ୍ଟି ବାୟୋଟିକ ଦ୍ୱାରା ଆମେ ନିଜକୁ ଅଧିକାଂଶ ରୋଗରୁ ରକ୍ଷା କରିଥାଉ l ଛୋଟ ଶିଶୁ ମାନଙ୍କୁ ମଧ୍ୟ ଆମେ ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ଆଣ୍ଟି ବାୟୋଟିକ ଦେଇଥାଉ l ଏହି ଆଣ୍ଟି ବାୟୋଟିକ ନିର୍ଦ୍ଧିଷ୍ଟ ପରିମାଣର ଦେବା ଆବଶ୍ୟକ l ନଚେତ ଏହା ଶରୀର ପାଇଁ ହୋଇପାରେ କ୍ଷତି କାରକ l
ନିକଟରେ ଗବେଷକ ମାନେ ମତ ଦେଇଛନ୍ତି ଯେ ଶିଶୁ ମାନଙ୍କୁ କଦାପି ଆବଶ୍ୟକତା ଠାରୁ ଅଧିକ ଆଣ୍ଟି ବାୟୋଟିକ ଦେବା ଉଚିତ ନୁହେଁ l ଅଧିକ ଆଣ୍ଟି ବାୟୋଟିକ ଦେବା ଦ୍ୱାରା ଶରୀରରୁ ଗୁଡ଼ ବ୍ୟାକ୍ଟେରିଆ ନଷ୍ଟ ହୋଇ ଯାଇଥାଏ l ଦୀର୍ଘ ସମୟ ଧରି ଆଣ୍ଟି ବାୟୋଟିକ ଖାଇବାକୁ ଦେବା ଦ୍ୱାରା ସୁପରବଗ ଉତ୍ପର୍ଣ୍ଣ ହୋଇଥାଏ, ଯେଉଁ କାରଣରୁ ଶିଶୁଙ୍କ ଉପରେ ଅନ୍ୟ ଔଷଧର ପ୍ରତିକ୍ରିୟା ଦେଖା ଯାଇ ନଥାଏ l
କଣ କହୁଛି ଗବେଷଣା :-
ନିକଟରେ ୧୪,୫୭୨ ଶିଶୁଙ୍କ ଉପରେ ହୋଇଥିବା ଗୋଟିଏ ଗବେଷଣା ରେ ଜଣା ପଡିଛି ଯେ ଜନ୍ମରୁ ନେଇ ୨ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଆଣ୍ଟି ବାୟୋଟିକ ଦେବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ମୋଟାପା ଓ ଆସ୍ଥମା ଦେଖା ଦେଇଥିଲା l ଏହି ଆଣ୍ଟିବାୟୋଟିକ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡିଥିଲା l ତେଣୁ ଆଣ୍ଟିବାୟୋଟିକ ବଦଳରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ପ୍ରତିଦିନ ଶିଶୁକୁ ପ୍ରାକୃତିକ ଫଳ ଓ ପନିପରିବା ଖାଇବାର ଅଭ୍ୟାସ କରାନ୍ତୁ l ଯାହାଦ୍ୱାରା ଶିଶୁ ମାନଙ୍କର ଶାରୀରିକ ବିକାଶ ହେବା ସହ ମାନସିକ ବିକାଶ ମଧ୍ୟ ହେବ l