ନୂଆଦିଲ୍ଲୀ : ବଲିଉଡ୍ ନାୟକ ଅନିଲ କପୂର୍ ଆଜିକାଲି ଜର୍ମାନୀ ରେ ଅଛନ୍ତି ଓ ସେ ନିଜର ଗୋଟିଏ ଭିଡିଓ ସେୟାର କରିଛନ୍ତି । ସେ ଏହି ଭିଡିଓ ରେ କହିଛନ୍ତି ଆଜି ତାଙ୍କ ଚିକିତ୍ସା ର ଶେଷ ଦିନ ଓ ସେ ଡାକ୍ତର ଙ୍କୁ ଭେଟିବାକୁ ଯାଉଛନ୍ତି ।
ଏହି ଭିଡିଓ ରେ ଅନିଲ କପୁର କୋଟ ପିନ୍ଧି ଥିବାର ନଜର ଆସିଥିଲେ । ସେ ଏହି ଭିଡିଓ ର କ୍ୟପ୍ସାନ ରେ ଲେଖିଛନ୍ତି ଜର୍ମାନୀ ରେ ଶେଷ ଦିନ । ମୁଁ ମୋର ଶେଷ ଚିକିତ୍ସା ପାଇଁ ଡ଼ା . ମୁଲ୍ଲାର ଙ୍କୁ ଭେଟିବାକୁ ଯାଉଛି । ତାଙ୍କ ହାତରେ ରହିଛି ଯାଦୁ ର ସ୍ପର୍ଶ ।
ଏହି ଭିଡିଓ ରେ ଅନିଲ କପୁର ବରଫ ଉପରେ ଚାଲୁ ଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ କୁ ଦେଖି ତାଙ୍କର ପ୍ରଶଂସକ ମାନେ କହିଛନ୍ତି ଯେ ଆମେ ଜାଣି ପାରୁ ନାହୁଁ ଯେ କାହିଁକି ଅନିଲ ବିଦେଶ ଯାଇଛନ୍ତି ।
କିନ୍ତୁ ତାଙ୍କର ପ୍ରଶଂସକ ମାନେ ଏହି ଦିଗ୍ଗଜ କଳାକାର ମାନଙ୍କ ର ଶୁଭ କାମନା କରିଛନ୍ତି ।