ଆଜିକାଲି ଓଜନ ବୃଦ୍ଧି ଯୋଗୁଁ ବିଭିନ୍ନ ରୋଗ ଆମ ଶରୀରରେ ଦେଖା ଯାଉଛି l ବିଶେଷ ଭାବରେ ପେଟରେ ଜମି ଥିବା ଚର୍ବି କୁ କମାଇବା ଖୁବ କଷ୍ଟକର ହୋଇ ଯାଉଛି l ସାଧାରଣ ଭାବରେ ଏହି ପେଟର ଚର୍ବି କୁ ନେଇ ପ୍ରାୟ ସମସ୍ତେ ଅସହଜ ରହି ଥାଆନ୍ତି l ଏହା ଆମର ପର୍ସନାଲିଟି ଉପରେ ପ୍ରଭାବ ପକାଇ ଥାଏ l ଅଧିକାଂଶ ସମୟରେ ନିଜର ବିଭିନ୍ନ ପୋଷାକ ପିନ୍ଧିବାରେ ମଧ୍ୟ ଅସୁବିଧା ହୋଇଥାଏ l
ଆୟୁର୍ବେଦ ଅନୁସାରେ ପେଟରୁ ଚର୍ବି ହ୍ରାସ କରିବା ପାଇଁ ସର୍ବ ପ୍ରଥମେ ଉପଯୁକ୍ତ ଆହାର ନେବା ଜରୁରୀ ଅଟେ l ପ୍ରତିଦିନ କିଛି ନା କିଛି ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ l ନିଜର ମେଟାବୋଲିଯିମ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ l କାରଣ ଯେତେ ଶୀଘ୍ର ଆପଣ ମେଟାବୋଲିଯିମ ବୃଦ୍ଧି କରିବେ ସେତେ ଶୀଘ୍ର ମୋଟାପଣ ହ୍ରାସ ହୋଇଥାଏ l
* ପେଟରୁ ଚର୍ବି ହ୍ରାସ ନହେଲେ ସର୍ବ ପ୍ରଥମେ ମଧୁମେହ, ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖା ଦେଇଥାଏ l
* ଧନିଆ, ଲେମ୍ବୁ ଓ କାକୁଡି –
ପେଟର ଚର୍ବି ହ୍ରାସ କରିବା ପାଇଁ ଏହି ପାନୀୟ କହିବି ଗୁରୁତ୍ୱପୂର୍ଣ l ଏଥିପାଇଁ ଫାଳେ କାକୁଡି, ସାମାନ୍ୟ ଲେମ୍ବୁରସ ଓ ତିନିଚାମଚ ଧନିଆ ନିଅନ୍ତୁ l ଏହି ସମସ୍ତ ଜିନିଷକୁ ଭଲରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ l ଏହାକୁ ସବୁଦିନ ସେବନ କରନ୍ତୁ l ଏହାକୁ ସେବନ କରିବା ପାଇଁ ସକାଳ ଖାଲି ପେଟ ହେଉଛି ପ୍ରକୃତ ସମୟ l ଏହି ସମସ୍ତ ଜିନିଷ ପ୍ରାକୃତିକ ହୋଇଥିବା କାରଣରୁ ଖୁବ ସହଜରେ ଚର୍ବି ହ୍ରାସ ହୋଇଥାଏ l
* ଅଦା ଚା –
ଏହି ଚା କୁ ପିଇବା ପାଇଁ ଗୋଟିଏ କପ ପାଣିରେ ଅଦା ଅଧ ଇଞ୍ଚର ନେଇ ଫୁଟାନ୍ତୁ l ଭଲରେ ଫୁଟିଗଲା ପରେ ଏଥିରେ ମହୁ ଓ ଲେମ୍ବୁ ମିଶାଇ ସେବନ କରନ୍ତୁ l ରାତିରେ ଖାଇ ସାରିବା ପରେ ଏହି ଚା କୁ ନିୟମିତ ସେବନ କରିବା ଦ୍ୱାରା ପାଚନ ସମସ୍ୟା ଠିକ ରହିବା ସହ ପେଟର ଚର୍ବି ମଧ୍ୟ ହ୍ରାସ ହୋଇଥାଏ l