Odisha news

ସଫଳତାର ପୁଞ୍ଜି : ଏହି ୨ଟି ଜିନିଷରୁ ଦୁରେଇ ରହିବା ଦ୍ୱାରା ମିଳିଥାଏ ଜୀବନ ରେ ଅପାର ସଫଳତା

0

ସଫଳତାର ପୁଞ୍ଜି କହୁଛି ଯେ ଜୀବନରେ ସଫଳତା ପାଇବା ପାଇଁ ବ୍ୟକ୍ତିକୁ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଆବଶ୍ୟକ l ନିଜର ଲକ୍ଷକୁ ହାସଲ କରିବା ପାଇଁ କେବେକେବେ କଠୋର ପରିଶ୍ରମ ମଧ୍ୟ କରିବା ଉଚିତ l ଏପରି ସ୍ଥିତି ରେ ବ୍ୟକ୍ତି ଭୟ କରିବା ଉଚିତ ନୁହେଁ l ପରିଶ୍ରମ କରିବା ଦ୍ୱାରା ହିଁ ସଫଳତା ହାସଲ ହୋଇଥାଏ l ଏହାକୁ ଯିଏ ବି ବୁଝି ପାରିଲା ସେ କେବେବି ଜୀବନରେ ହାରି ନଥାଏ l

ଶ୍ରୀମଦ ଭାଗବତ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ” ପରିଶ୍ରମର କୌଣସି ବିକଳ୍ପ ନାହିଁ l ଯେଉଁ ଲୋକମାନେ ଏଥିରୁ ଦୁରେଇ ରହିବାକୁ ଚାହିଁ ଥାଆନ୍ତି ତାଙ୍କୁ କଦାପି ଜୀବନରେ ସଫଳତା ମିଳେ ନାହିଁ ଓ ମା ଲକ୍ଷ୍ମୀ ମଧ୍ୟ ଏଭଳି ଲୋକଙ୍କ ନିକଟରୁ ଦୁରେଇ ଯାଇ ଥାଆନ୍ତି l ଜୀବନରେ ଯଦି ସଫଳତା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ ଏହି ୨ଟି ଜିନିଷରୁ ଦୁରେଇ ରହିବା ଆବଶ୍ୟକ l ”

* ହତାସା :- ସଫଳତାର ପୁଞ୍ଜି କହିଥାଏ ବ୍ୟକ୍ତି ଅଧିକାଂଶ ସମୟ ପରିଶ୍ରମ କରି ମଧ୍ୟ ଅସଫଳ ହୋଇ ଯାଇଥାଏ l ଏପରି ସ୍ଥିତିରେ ବ୍ୟକ୍ତିକୁ କଦାପି ହତାଶା ହେବା ଉଚିତ ନୁହେଁ l ହତାଶ ହେବା ଦ୍ୱାରା ଆତ୍ମ ବିଶ୍ୱାସ ଦୁର୍ବଳ ହୋଇ ଯାଇଥାଏ l ଲକ୍ଷକୁ ପାଇବା ପାଇଁ ଆତ୍ମବିଶ୍ୱାସ ରହିବା ନିହାତି ଜରୁରୀ l ସେଥିପାଇଁ ଛୋଟ ଛୋଟ ଅସୁବିଧାରେ କେବେବି ହାରିଯିବା ଠିକ ନୁହେଁ l

* ନିରାଶା :- ସଫଳତାର ପୁଞ୍ଜି କହୁଛି ବ୍ୟକ୍ତି କଦାପି ନିରାଶ ହେବା ଠିକ ନୁହଁ l ଲଗାତାର ପରିଶ୍ରମ କରିବା ଦ୍ୱାରା ସଫଳତା ମଧ୍ୟ ଡେରିରେ ମିଳିଥାଏ l ଯିଏ ଲକ୍ଷ୍ୟ ରେ ପହଂଚିବା ପୂର୍ବରୁ ହାରିଯାଇଥାଏ, ସେ କଦାପି ସଫଳତାର ସ୍ୱାଦ ପାଇ ପରି ନଥାଏ l ତେଣୁ ସବୁବେଳେ ମନରୁ ନିରାଶ ଭାବି ଦୂର କରିବା ଉଚିତ l ଯଦି ନିରାଶ ହେଉଛନ୍ତି ତେବେ ନିଜର ଲକ୍ଷକୁ ପୁନର୍ବାର ମନେ ପକାଇ ଆଗେଇ ଯିବା ଆବଶ୍ୟକ l

Leave A Reply