ଆମ ସମସ୍ତ ଙ୍କ ରୋଷେଇ ଘରେ ପ୍ରାୟ ଲବଙ୍ଗ ରହିଥାଏ । କିନ୍ତୁ ଏହି ଲବଙ୍ଗ ମସଲା ରେ ବ୍ୟବହାର ହେବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ହିତକର ।
ଲବଙ୍ଗ ରେ ଫାଇବର ର ମାତ୍ରା ଭରପୁର ପରିମାଣ ରେ ରହିଛି । ଯାହା ପେଟର ସମସ୍ତ ସମସ୍ୟା କୁ ଠିକ୍ କରିଥାଏ । ଭଜା ଲବଙ୍ଗ କୁ ଗୁଣ୍ଡ କରି ମହୁ ସହିତ ମିଶାଇ ସେବନ କଲେ ପେଟର ସଂକ୍ରମଣ ଠିକ୍ ହୋଇଥାଏ ।
– ଲବଙ୍ଗ ରେ ରହିଛି ଆଇରନ, କ୍ୟାଲସିୟମ, ମଗ୍ନେଶୀୟମ, ଫସଫରସ, ପୋଟାସିୟମ, ସୋଡିୟମ ଓ ଜିଂକ୍ ରହିଛି ।
ଏହିସବୁ ରୋଗରୁ ଆରାମ ଦେଇଥାଏ ଲବଙ୍ଗ :-
* ସକାଳୁ ଖାଲି ପେଟରେ ୨ଟି ଲବଙ୍ଗ ଖାଇବା ଦ୍ବାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଲବଙ୍ଗ ପାଚନ ଏଞ୍ଜାଇମ କୁ ଅଧିକ କ୍ଷରଣ କରିଥାଏ । ଯାହା ପାଚନ ସମ୍ବନ୍ଧୀୟ ସମସ୍ୟା କୁ ଠିକ୍ କରିଥାଏ ।
* ରାତିରେ ଶୋଇବା ପୁର୍ବରୁ ଉଷୁମ ପାଣିରେ ୨ଟି ଲବଙ୍ଗ କୁ ସେବନ କରନ୍ତୁ । ଏହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।
* ଗବେଷକ ମାନଙ୍କ ମତରେ ଲବଙ୍ଗ ପୁରୁଷ ମାନଙ୍କ ପାଇଁ ଖୁବ୍ ହିତକର । ଏହା ନିୟମିତ ସେବନ କରିବା ଦ୍ୱାରା ଯୌନ ସମ୍ବନ୍ଧୀୟ ସମସ୍ୟା ରୁ ଆରାମ ଦେଇଥାଏ । ଲବଙ୍ଗ ସେବନ କରିବା ଦ୍ୱାରା ସ୍ପର୍ମ କାଉଣ୍ଟ ବୃଦ୍ଧି ହୋଇଥାଏ । ଏହାକୁ ଅଧିକ ସେବନ କରିବା ଠିକ୍ ନୁହେଁ । ଅଧିକ ସେବନ କଲେ ମେଲ୍ ହର୍ମନ ଇମ୍ ବାଲାନ୍ସ୍ ହୋଇଥାଏ ।